ସ୍ତ୍ରୀକୁ ଆକ୍ରମଣ କରି ସ୍ୱାମୀର ଆତ୍ମହତ୍ୟା
ଧରାକୋଟ ଥାନା ଅର୍ନ୍ତଗତ ରାମଚନ୍ଦ୍ର ପୁର ଅଞ୍ଚଳର କଇଠରା ଗ୍ରାମରେ ପାରିବାରିକ ଅଶାନ୍ତି କୁ ନେଇ ଏକ ଅଭାବନୀୟ ଘଟଣା ଘଟିଛିl ପତ୍ନୀକୁ ହାଣି କ୍ଷତାକ୍ତ କରିବା ପରେ ମରିଯାଇଥିବ ଭାବି ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପାରିବାରିକ କଳହକୁ କେନ୍ଦ୍ରକରି କାଇଠିରା ଗ୍ରାମର ଏମ. ସୁବାଷ ରେଡ଼ୀ ତାଙ୍କ ପତ୍ନୀ ଏମ. ଯମୁନା ରେଡ଼ୀଙ୍କୁ ଧାରୁଆ ପନିକିରେ ଆକ୍ରମଣ ପରେ ଏମ. ସୁବାସ ଆତ୍ମହତ୍ୟା କରିଥିବା ଜଣାପଡିଛି l ସୁବାଷ ର ଶବ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗୁରୁତର ଯମୁନା କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
