ପାବୁରିଆ ଗ୍ରାମପଞ୍ଚାୟତରେ ବିକାଶ ବାହନ ରଥକୁ ସ୍ବାଗତ ସମ୍ବର୍ଦ୍ଧନା……
କନ୍ଧମାଳ :-୧୭/୬/ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥକୁ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୟ ନାୟକ, ସମସ୍ତ ଓ୍ବାର୍ଡସବ୍ୟ ସଭ୍ୟା ମେଟ୍ ଏମ୍ବିକେ , ସି ଆର୍ ପି , ପୂଜାପାଠ ନୈବେଦ୍ୟ କରି ହୁଳହୁଳି ଦେଇ ବଡ଼ ଆଡମ୍ବରରେ ରଥକୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦିକ୍ଷୀତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁନିଲ୍ କୁମାର ମଲ୍ଲିକ, ଲୋକ ପ୍ରିୟ ଜନ ପ୍ରତିନିଧି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଣି ଆଲିସା ବିଷୋୟୀ, ବ୍ଲକ୍ ଜନମଙ୍ଗଳ ଅଧିକାରୀ ଆଶିଷ୍ ଅଂଶୁମାନ ପାତ୍ର, ଗ୍ରାମୀଣ ଆବାସ ବିଭାଗ ସଂଯୋଜକ ଅର୍ଜୁନ ନାୟକ, ଖାଦ୍ୟ ସୁରକ୍ଷା ଅଧିକାରୀ ଅଞ୍ଜନ କୁମାର ଦିଗାଲ , ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀଣୀ ଅନୁରାଧା ମଲ୍ଲିକ, ଉପସ୍ଥିତ ରହି ଭିନ୍ନକ୍ଷମ, ବିଧବା, ବାସହିନ, ୧୦ ଗୋଟି ପରିବାରକୁ ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ କରା ଯାଇଥିଲା ବେଳେ ୮୦ ବର୍ଷର ବାର୍ଦ୍ଧକ୍ୟ ଭତା ୭ ଜଣଙ୍କୁ ପ୍ରଦାନ କରାଯାଇଥିଲା l ୮ ଜଣ ଶ୍ରମିକଙ୍କୁ ଜବ୍ କାର୍ଡ ଦେବା ସହିତ ୨ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହୁଇଲ୍ ଚ୍ୟାୟାର୍ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାବୁରିଆ ଅଞ୍ଚଳର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

