ସଂକ୍ରିଡା ଗ୍ରାମର କଳାକାହ୍ନୁ ଭୋସାଗର ଦେହାନ୍ତ ହୋଇଯାଇଛି।

ସଂକ୍ରିଡା ଗ୍ରାମର କଳାକାହ୍ନୁ ଭୋସାଗର ଦେହାନ୍ତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ସଂକ୍ରିଡା ଗ୍ରାମ ର କଳାକାହ୍ନୁ ଭୋସାଗର ୬୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଜଣେ ମେଲାପୀ, ପରୋପକାରୀ ଓ ସଂକ୍ରିଡା ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆଗଭର ହୋଇ କାର୍ଯ୍ୟ କରୁଥିଲେ।ସେ ସଂକ୍ରିଡା ଏମ ଇ ବିଦ୍ୟାଳୟର ଚେୟାରମ୍ଯାନ ଓ ମାଁବିନ୍ଧ୍ୟବାସିନୀ ଟ୍ରଷ୍ଟ ବୋର୍ଡ ର ସଦସ୍ୟ ଥିଲେ। ତାଂକର ବିୟୋଗ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ପଛରେ ବିଧବା ପତ୍ନୀ ଗୁଲା ଭୋସାଗର, ପୁଅ ଅଶ୍ଵିନୀ କୁମାର, ବିଷ୍ନୁ କୁମାର, ଝିଅ ଲକ୍ଷ୍ମୀ ଓ ନାତି ନାତୁଣୀ ଛାଡି ଯାଇଛନ୍ତି। ତାଂକର ଶେଷ ଦର୍ଶନ ଲାଗି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ବନ୍ଧୁବାନ୍ଧବ, ଆତ୍ମିୟ ସ୍ଵଜନ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶବାଧାରରେ ସାମିଲ ହୋଇଥିଲେ। ଶେଷରେ ସଂକ୍ରିଡା ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା।ତାଂକର ବଡ ପୁଅ ଅଶ୍ଵିନୀ କୁମାର ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *