ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ର ମିଳିତ ଆନୁକୂଲ୍ୟରେ ଏକ ଭ୍ରାମ୍ୟମାଣ ଯାନ ଦ୍ଵାରା ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ର ମିଳିତ ଆନୁକୂଲ୍ୟରେ ଏକ ଭ୍ରାମ୍ୟମାଣ ଯାନ ଦ୍ଵାରା ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ହସ୍ପିଟାଲ ବୁର୍ଲା, ରକ୍ତ ର ଆବଶ୍ୟକତା ଥିବା ଦୃଷ୍ଟିରୁ ବରଗଡ ଜିଲ୍ଲା ଭେଡେନ ବ୍ଲକ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ପରିସରରେ ଭ୍ରାମ୍ୟମାଣ ଯାନ ଦ୍ୱାରା ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲାୟନ୍ସ କ୍ଲବର ପୂର୍ବତନ ସଭାପତି ଲାୟନ୍ସ ଅମୀୟ କୁମାର ମେହେର,ଲାୟନ୍ସ କୁଶ ପ୍ରଧାନ,ଲାୟନ୍ସ ସନ୍ତୋଷ କୁମାର ପାଢ଼ୀ, ଲାୟନ୍ସ ହରେକୃଷ୍ଣ ପ୍ରଧାନ, ଲାୟନ୍ସ ଶିଶିର କୁମାର ଭୋଇ, ଲାୟନ୍ସ ଶୁଶିଲ କୁମାର ଅଗ୍ରୱାଲ, ଲାୟନ୍ସ ସତିବାବୁ, ଲାୟନ୍ସ ଶଂକର ରେଡି, ଲାୟନ୍ସ ଶଂକରଲାଲ ଅଗ୍ରୱାଲ, ଲାୟନ୍ସ କ୍ଲବର ସଂପାଦକ ଦୀପକ ଅଗ୍ରୱାଲ ଓ ଲିଓ କ୍ଲବ ର ସୂରଜ ସିଂ, ୟୁ ରମେଶ, ଲୋକେଶ ଚନ୍ଦ୍ରମ୍, ରିଟନ ପଟେଲ ପ୍ରମୁଖ ଓ ଅନ୍ୟାନ୍ୟ ସଦସ୍ଯ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତଭଣ୍ଡାର ଡାଃ ଅମିୟ ରଞ୍ଜନ ନାଥ, କାଉନସିଲର ମଣ୍ଟୁ ପ୍ରଧାନ, ଟେକନିସିଆନ ଦେବାଷିଶ ମିଶ୍ର, କରୁଣାକର ସାହୁ, ସହକାରୀ ପାଏନୁ ଭୋଇ ଓ ସଂଜୀବ ବେରା ପ୍ରମୁଖ ଭ୍ରାମ୍ୟମାଣ ଯାନ ଦ୍ଵାରା ରକ୍ତ ସଂଗ୍ରହ କରି ଥିଲେ। ଏହି ସମୟରେ ୧୧ଜଣ ପ୍ରଥମ ରକ୍ତଦାତା, ୩ ଜଣ ଦମ୍ପତି, ୧ ମହିଳା ମୋଟ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅତିଥି ଭାବେ ପ୍ରତାପ କୁମାର ହୋତା ଓ ଶୁସାନ୍ତ କୁମାର ସାହୁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ପରିଶେଷରେ ଲାୟନ୍ସ ଶଂକରଲାଲ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *