ମୋଟରସାଇକେଲ ଦୁର୍ଘଟଣା ରେ ୩ ଗୁରୁତର ଆହତ।
ହିଞ୍ଜିଳି ଥାନା ଅର୍ନ୍ତଗତ ସହର ଡାକ୍ତରଖାନା ଛକରେ ସ୍କୁଟି ପଛପଟୁ ଧକ୍କା ଦେଇ ମୋଟରସାଇକେଲ ଚାଳକ ଓ ସ୍କୁଟି ଚାଳକ ଗୁରୁତର ଆହତ ହୋଇ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। କିନ୍ତୁ ପରିସ୍ଥିତି ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ରୁ ପ୍ରକାଶ ଯେ ଗତକାଲି ରାତିରେ ନିକଟସ୍ଥ ମକର ଝୋଳ ଗ୍ରାମର ସୁନୀଲ ମହାଙ୍କୁଡ ନିଜ କାମ ସାରି ଗାଁ କୁ ଫେରୁଥିବା ବେଳେ ଜଗନ୍ନାଥ ପ୍ରସାଦ ଅଞ୍ଚଳର କ୍ରିଷ୍ଣା ଯେନା ଓ କପିଳେଶ୍ୱର ଭୁୟାଁ ଏକ ମୋଟରସାଇକେଲ ଯୋଗେ ଆସି ପଛପଟୁ ଧକ୍କା ଦେଇଥିଲେ। ଯାହା ଫଳରେ ୩ ଜଣ ଯାକ ଯୁବକ ରାସ୍ତା ଉପରେ ଛିଟିକି ପଡ଼ି ଯନ୍ତ୍ରଣା ରେ ଛଟପଟ ହେଉଥିଲେ ଓ ସ୍ଥାନୀୟ ଲୋକ ଓ ପୋଲିସ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୋଟରସାଇକେଲ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
