ନିଷ୍ଠା ପରିବାର ତରଫ ରୁ ଅଜଣା ଶବ ସତ୍କାର କରାଯାଇଥିଲା।
ବରଗଡ – ଭବାନୀ ଶଙ୍କର ପାଢ଼ୀ) ତା-୦୮-୦୬-୨୦୨୫ରିଖ (ରବିବାର)୧୦୮ ଆମ୍ବୁଲାନ୍ସ ଯୋଗେ ବାର ଦିନ ପୂର୍ବ ରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୮୦ବର୍ଷ ରୁ ଉର୍ଦ୍ଧ୍ବ ଜଣେ ଅଜଣା ବୃଦ୍ଧ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଞ୍ଚିଥିଲେ। ତାଙ୍କର କୌଣସି ପରିଚୟ ନ ମିଳିବାରୁ ନିଷ୍ଠା ପରିବାର ତରଫ ରୁ ତାଙ୍କ ର ଚିକିତ୍ସା କରିବା ସହ ସେବା ଯତ୍ନ କରାଯାଉଥିଲା।ତା-୬-୬-୨୦୨୫ରିଖ ଦିନ ସେ ଚିକିତ୍ସାଧିନ ଅଵସ୍ଥା ରେ ମୃତ୍ୟୁ ବରଣ କଲେ।ପୋଲିସ ଆସି ତାଙ୍କର ଶବବ୍ୟବଚ୍ଛେଦ କରିବା ସହ ଶବ ସଂରକ୍ଷଣ ଗୃହ ରେ ରଖାଯାଇଥିଲା। ୭୨ଘଣ୍ଟା ପରେ ଆମ ନିଷ୍ଠା ପରିବାର କୁ ବରଗଡ଼ ପୋଲିସ ଶବ ସତ୍କାର ପାଇଁ ଅନୁମତି ଦେବା ସହ ଚିଠି କରିବା ପରେ ନିଷ୍ଠା ପରିବାର ତରଫ ରୁ ସସମ୍ମାନେ ଶବ ସତ୍କାର କରାଯାଇଥିଲା। ଏହି ମହତ କାମ ରେ ମହିଳା ଶାଖା ର ସକ୍ରୀୟ ସଦସ୍ୟା ସୁତପା ଗଡତିଆ,ମାନସ ମେହେର,ଆଶିଷ କିରଣ ମହାପାତ୍ର, ସଂକେତ ଆଠଘରା, ଶୁଭ୍ରାଂଶୁ ସରାଫ, ରାଜେଶ ପ୍ରଧାନ, ଅମିତ ଭୋଇ ଅନ୍ୟ ସଦସ୍ୟ ଓ ପୋଲିସ ପ୍ରଶାସନ ଉପସ୍ଥିତ ଥିଲେ।ଦୀର୍ଘ ୧୫ବର୍ଷ ଏହି ଧରି ଆପଣ ମାନଙ୍କ ପାଇଁ ଆପଣ ମାନଙ୍କ ସେବାରେ ନିଷ୍ଠା ପରିବାର!
