ଛାତ୍ରୀ ଙ୍କ ଆତ୍ମହତ୍ୟା।

ଛାତ୍ରୀ ଙ୍କ ଆତ୍ମହତ୍ୟା।

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅର୍ନ୍ତଗତ ଧରାକୋଟ ଗ୍ରାମର ମଝି ସାହିରେ ଶ୍ଵେତା ସ୍ବାଇଁ ନାମ୍ନୀ ଜଣେ ଛାତ୍ରୀ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଛାତ୍ରୀ ଜଣକ ଆସ୍କା ନିରଞ୍ଜନ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷ ର ଛାତ୍ରୀ ଓ ବାପା ମାଙ୍କ କଳି ଝଗଡ଼ା କୁ ସହ୍ୟ କରିନପାରି ନିଜ ଘରେ ଏହି ଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ ହେଉଛି। ବାପା ଓ ମା ଝୁଲୁଥିବା ଅବସ୍ଥାରେ ଦେଖି ଛାତ୍ରୀ କୁ ତଳକୁ ଓହ୍ଲେଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧରାକୋଟ ପୋଲିସ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *