ସ୍ୱାସ୍ଥ୍ୟ ବିଭାଗର ଅବହେଳା ଦେଖିବାକୁ ମିଳୁଛି ରାୟଗଡ଼ ବ୍ଲକ୍ ର ଗଙ୍ଗାବାଡ ଗ୍ରାମରେ ।

ସ୍ୱାସ୍ଥ୍ୟ ବିଭାଗର ଅବହେଳା ଦେଖିବାକୁ ମିଳୁଛି ରାୟଗଡ଼ ବ୍ଲକ୍ ର ଗଙ୍ଗାବାଡ ଗ୍ରାମରେ ।

ଆର,ଉଦୟଗିରି ( ମନୋଜ ପାଢୀ)ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ ଠାରେସ୍ୱାସ୍ଥ୍ୟ ବିଭାଗର ଅବହେଳା ଦେଖିବାକୁ ମିଳୁଛି।ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ପ୍ରତି ଅତି ଗୁରୁତ୍ତର ଦେଉଥିବା ବେଳେ ଦାଇତ୍ପରେ ଥିବା କର୍ମଚାରୀ ଙ୍କ କୋଠୀ ନା କୋଠୀ ଅବହେଳାର ଦୃଶ୍ୟ ଦେଖିବାକୁ ମିଳୁଛି l ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଏକ ଆଦିବାସି ବହୁଳ ଅଞ୍ଚଳ ହେଉଥିବା ବେଳେ ଉକ୍ତ ବ୍ଲକ ଅଧୀନରେ ଥିବା ଗଙ୍ଗବାଡ ପଞ୍ଚାୟତ ଆନ୍ଧ୍ର ସୀମାନ୍ତରେ ଥିବାବେଳେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ପାଳି କରି ଆସୁଥିବା ଅଭିଯୋଗ ହେଉଛି l ଅଞ୍ଚଳବାସି ଯଦି ଅଧିକ ଜରରେ ଆକ୍ରନ୍ତ ହୁଅନ୍ତି ତେବେ ଆନ୍ଦ୍ରରେ ଥିବା ଶ୍ରୀକାକୁଲମ ଜିଲ୍ଲା ର ମନ୍ଧୁସା ଡାକ୍ତର ଖାନାକୁ ନେବାକୁ ପଡୁଛି , ତେଣୁ ଗଙ୍ଗବାଡରେ ଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଯଦି ନିୟମିତ ଖୋଲା ହେଇଥାନ୍ତା କିଛି ଲୋକଙ୍କ ସୁବିଧା ହୋଇଥାନ୍ତା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି l ଉକ୍ତ କେନ୍ଦ୍ରରେ ତିନିଜଣ କର୍ମଚାରୀ ଥାଇ ମଧ୍ୟ 10 ଘଣ୍ଟା ପରେ ଆସନ୍ତି ଓ ଦୁଇଟା ବେଳେ ଚାଲି ଯାଆନ୍ତି ତେଣୁ ଅଞ୍ଚଳ ବସୀ ଅସୁବିଧା ହେଉଛନ୍ତି l ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ସମୟ ସୀମା ର ତାଲିକା ବା କେତେଜଣ କର୍ମଚାରୀ ଅଛନ୍ତି ସେମାନଙ୍କ ନାମ ଲେଖାଯାଇ ନାହି ଡବଲ ଇଞ୍ଜିନ ସରକାରଙ୍କ ନିୟମକୁ ଭୟ ନାହିଁ ଉକ୍ତ ବିଭଗର l ଆଗାମୀ ଦିନରେ ଗଜପତି ସ୍ବାସ୍ଥ୍ୟ ବିଭାଗ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକିରହିଲା

Leave a Reply

Your email address will not be published. Required fields are marked *