ଉଦଯାପିତ ହେଲା ଚମ୍ପାଯୋଡି ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ରାୟଗଡ ତା ୦୫ /୦୬ ରାୟଗଡ ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଚମ୍ପାଯୋଡି ଗ୍ରାମରେ ଉଦଯାପିତ ହେଲା ଚମ୍ପାଯୋଡି ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ ଗୋଟିଏ ଦିନର ଖେଳ ହୋଇଥିବା ବେଳେ ଏହି ଲିଗରେ ସମୁଦାୟ ୮ ଟି ଟିମ ନକ ଆଉଟ ଖେଳ ପ୍ରକ୍ରିୟାରେ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୬ ଓଭର ସୀମିତ ଖେଳ ହୋଇଥିବା ବେଳେ ଫାଇନାଲ ମ୍ୟାଚ କାଶୀପୁର ସହ ମୋଇଲ ଗୁଡା ଖେଳିଥିଲା । ଏଥିରେ କାଶୀପୁର ଦଳ ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୬ ୱିକେଟ ବିନିମୟରେ ୭୦ ରନ ସଂଗ୍ରହ କରିଥିଲେ । ଦ୍ଵିତୀୟ ଇନିଙ୍ଗସ ରେ ମୋଇଲଗୁଡା ଦଳ ୭ ୦ ରନ ର ପିଛା କରି ୫ଓଭର ଗୋଟିଏ ବଳ ଖେଳି ସମସ୍ତ ୱିକେଟ ହରାଇ ମାତ୍ର ୩୭ ରନ ସଂଗ୍ରହ କରି କାଶୀପୁର ଦଳ ଠାରୁ ପରାସ୍ତ ହୋଇଥିଲେ । ଫାଇନାଲ ମ୍ୟାଚରେ କାଶୀପୁରର ବ୍ୟାଟସମ୍ୟାନ କାଳୁ ମାଝି ପ୍ଲେୟାର ଓଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ । ଏହି ଖେଳକୁ ଦୁଇ ଆମ୍ପୟାର ସଂବିତ ଲେଙ୍କା ଓ ମିଥୁନ ପ୍ରଧାନ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ରାୟଗଡ ଉପ ଜିଲ୍ଲାପାଳ ରମେଶ କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡ ଯୁବ ନେତା ତଥା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଉପ ସଭାପତି ପ୍ରୀତମ କୁମାର , ପୁରୁଷୋତ୍ତମ ଡଙ୍ଗ୍ରି, ଓ ଶଙ୍କର ରାଓ, ସିଦ୍ଧାନ୍ତ ବିଡ଼ିକା ଯୋଗ ଦେଇଥିଲେ । ବିଜେପି ଯୁବ ମୋର୍ଚ୍ଚାର ଉପ ସଭାପତି ପ୍ରୀତମ କୁମାର ଖେଳାଳି ମାନଙ୍କୁ ଉସ୍ଛାହିତ କରିବା ସହ ଖେଳ ପ୍ରତିଭା ଖେଳାଳିଙ୍କ ଅବଦାନ ଜିଲ୍ଲାର ପ୍ରଗତି ଓ ସୁନାମ କ୍ଷେତ୍ରରେ ସର୍ବଦା ରହିବା ଦରକାର ବୋଲି ନିଜର ମତ ବ୍ୟକ୍ତ କରିଥିଲେ ।
