ରା,ଉଦୟଗିରି ରେ ବିଜୁଳି ସେବା ବିପର୍ଯସ୍ତଲୋ ଭୋଲ୍ଟେଜ ସମସ୍ୟା ଅତି ଉତ୍କଟ

Spread the love

ରା,ଉଦୟଗିରି ରେ ବିଜୁଳି ସେବା ବିପର୍ଯସ୍ତଲୋ ଭୋଲ୍ଟେଜ ସମସ୍ୟା ଅତି ଉତ୍କଟ

ଆର,ଉଦୟଗିରି :-୪/୦୬/(ମନୋଜ କୁମାର ପାଢୀ/ ଗଜପତଗ ଜିଲା ରା,ଉଦୟଗିରି ବ୍ଲକ ର ପ୍ରାୟ ସମସ୍ତ ସ୍ଥାନରେ ବିଜୁଳି ସେବା ବିପର୍ଯସ୍ତ ହେଲା ଭଳି ଲାଗୁଛି।ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ୍ୟ। ସରକାର ବିଦ୍ୟୁତ ସେବା ଉନ୍ନତ ପ୍ରଦାନ କରିବା ପରିପ୍ରେକ୍ଷୀରେ ଟାଟା କମ୍ପାନୀ କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ତେବେ କମ୍ପାନୀ ସେବା ଦେବା ପାଇଁ ବହୁତ ତତ୍ପର। ଆମର ଭାରତୀୟ ସମୟାନୁସାରେ ଦିନକ ଚବିଶ ଘଣ୍ଟା ବୋଲି କୁହାଯାଇଛି। ଏହା ସମସ୍ତେ ଜାଣିଛନ୍ତି। ତେବେ ଟାଟା କମ୍ପାନୀ ର କର୍ମଚାରୀ ମଧ୍ୟ ବହୁତ ତତ୍ପର। ମାତ୍ର ଚବିଶ ଘଣ୍ଟାରୁ ୧୮ ଘଣ୍ଟା ସେବା ଯୋଗାଇବା ଅସମ୍ଭବ। ଘଡ ଘଡି, ଚଡ଼ ଚଡ଼ି ମାରିଲା ତ ଲାଇନ ନାହିଁ, ବିଜୁଳି ମାରିଲା ତ ବିଜୁଳି ଗାଏବ। ଗଛ ପଡିଲା କି ପବନ ହେଲା, ବର୍ଷା ହେଲା ତ ବିଦ୍ୟୁତ ବନ୍ଦ। କେତେବେଳେ ୩୩କେଭି କାମ ତ ଲାଇନ ଠପ। ତେବେ ୟା ସତ୍ୱେ ଯେତିକି ସମୟ ଲାଇନ ରହୁଛି ତାହା ପୁଣି ଲୋ ଭୋଲ୍ଟେଜ ମଧ୍ୟରେ। ଏଥିପାଇଁ ଗ୍ରାହକ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସ୍ୱାଭାବିକ କଥା। କାରଣ ଲୋ ଭୋଲ୍ଟେଜ ଲାଗି ବିଦ୍ୟୁତ ବିଲ ଅଧିକ ଆସିବା ନିଶ୍ଚିତ।ସେଥିପାଇଁ ରା,ଉଦୟଗିରି ବିଦ୍ୟୁତ ବିଭାଗ ର ଅଧିକାରୀ ଦାୟୀ ରହିବେ ନା ରାଜ୍ୟ ସରକାର ଦାୟୀ ରହିବେ ନା ଟାଟା କମ୍ପାନୀ ଦାୟୀ ରହିବେ। ତେବେ ଯେଉଁ ଗ୍ରାହକ ବିଦ୍ୟୁତ ବିଲ ପଇଠ ଠିକ ରେ କରୁନାହାନ୍ତି ତାଙ୍କ ଅବସ୍ଥା ଯାହା,ସଠିକ ଭାବରେ ବିଦ୍ୟୁତ ବିଲ ପଇଠ କରୁଛନ୍ତି ତାଙ୍କ ଅବସ୍ଥା ତାହା। ପ୍ରତିଦିନ ସକାଳ ୬ଟା ରୁ ୮ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବାସହ ପ୍ରି ଘଣ୍ଟା ଘଣ୍ଟା ୨୦ରୁ ୩୦ଟ ବିଦ୍ୟୁତ କାଟ ହେଉଛି । ଅପରାହ୍ନ ୩. ୩୦ ରୁ ୫.୩୦ ବିଦ୍ୟୁତ କାଟ ହେଉଛି । ରାତିରେ ମଧ୍ୟ ବାରମ୍ବାର ବାରମ୍ବାର ବିଦ୍ୟୁତ କାଟ ହେବା ଯୋଗୁଁ ଛାତ୍ରଛାତ୍ରୀ ମାନେ ପାଠପଢିବା ବହୁଅସୁବିଧା ହେଉଛନ୍ତି । ସମସ୍ୟା ସମସ୍ତ ଙ୍କ ପାଇଁ ତ ଏକ। ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେବା ଦରକାର ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି ।