ଯୋଜନା ମୁତାବକ ଜେଲ୍ ଫେରନ୍ତା ଯୁବକ କୁ ଉଠେଇ ନେଇ ଆକ୍ରମଣ।ବଡ଼ବଜାର ଥାନା ଅର୍ନ୍ତଗତ ଜଗବନ୍ଧୁ ସାହିର ବିଦ୍ୟାଧର ପାଣିଗ୍ରାହୀ ନାମକ ଜଣେ ଯୁବକ ବ୍ରହ୍ମପୁର ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ପ୍ରାୟ ୬ ଜଣ ଯୁବକ ବଡ଼ ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହି ଆପଟମେଣ୍ଟ ପାଖରେ ମାଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡି। ମୃତ ବିଦ୍ୟାଧର ଗତକାଲି ରାତିରେ ବ୍ରହ୍ମପୁର ଷ୍ଟେସନରୁ ନିଜ ସାଙ୍ଗ ସହ ଘରକୁ ଫେରୁଥିବା ବେଳେ ପ୍ରାୟ ୬ଜଣ ଦୁବୃର୍ତ୍ତ ବିଦ୍ୟାଧରଙ୍କୁ ସାନବଜାର ଛକରୁ ଉଠାଇ ନେଇ ଜଗବନ୍ଧୁ ସାହି ଆପଟମେଣ୍ଟ ପାଖରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ଗୁରୁତର ହୋଇ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଡ଼ାକ୍ତର ବିଦ୍ୟାଧରଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ବିଦ୍ୟାଧରଙ୍କୁ ହତ୍ୟା କରାଯାଇଛି। ବଡ଼ ବଜାର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ସନ୍ଦେହ କରୁଛି ଓ ଏହି ହତ୍ୟା ଘଟଣା କିଛି ପୁର୍ବ ଶତୃତା କୁ ନେଇ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।
