ଜୟ ସେବା ଫାଉଣ୍ଡେସନ ତରଫରୁ ଭୁବନେଶ୍ବର ଭିଆଇ ପି କଲୋନୀ ଠାରେ ବୃକ୍ଷ ରୋପଣ

ଜୟ ସେବା ଫାଉଣ୍ଡେସନ ତରଫରୁ ଭୁବନେଶ୍ବର ଭିଆଇ ପି କଲୋନୀ ଠାରେ ବୃକ୍ଷ ରୋପଣ….

ଭୁବନେଶ୍ୱର 🙁 ରିପୋର୍ଟ କୁନା ଦିଗାଲ) ଭୁବନେଶ୍ୱର ରାଜଧାନୀ ଠାରେ ଯୁବ ସମାଜ ସେବୀ ଙ୍କ ନିଆରା ଭାବରେ ବୃକ୍ଷ ରୋପଣ l ଜୟ ସେବା ଫାଉଣ୍ଡେସନ ତରଫରୁ ଭୁବନେଶ୍ବର ଭିଆଇ ପି କଲୋନୀ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଅଛି l ଗଛ ଟିଏ ମଣିଷ ଟିଏ ଏହା ଏହା ଆମ ଯୁବ ପୀଡ଼ି ଙ୍କୁ ଉଦାହରଣ ହେଉ l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଭୁବନେଶ୍ବର ମହାନଗର ନିଗମର ୱାଡ୍ ନଂ-୧୫ ର କର୍ପୋରେଟରଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ରାଜ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ୟୁଥ କ୍ଲବର ସଭାପତି ଶ୍ରୀଯୁକ୍ତ ଅନାମ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୋମନାଥ ରାଉତ ସଭାପତିତ୍ବ କରିଥିଲେ l କାର୍ଯ୍ୟକ୍ରମ ରେ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ୍ ନାୟକ ସ୍ବାଗତ ଭାଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସଂଗଠନର ମିଡିଆ ସଂଯୋଜକ ଶ୍ରୀଯୁକ୍ତ ଜିସେର୍ଫ ଦିଗାଲ ଏବଂ ବୈଠକ ସଂଯୋଜକ ଶ୍ରୀଯୁକ୍ତ ବାଦଲ ଦିଗାଲ ଙ୍କୁ ସମ୍ମାନୀତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ୟୁଥ କ୍ଳବ ର ଯୁବ ସମାଜସେବୀ ସୁରେଶ ଭାଇ, ରବିନାଥ ପ୍ରମୁଖ ଯୋଗ ଦେଇ ଥିଲେ l ଶେଷରେ ଉପ-ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦିଗାଲ ଧନ୍ୟବାଦ ଭାଷଣ ଦେଇ ସଭାକୁ ବିରାମ ଦେଇଥିଲେ l

Leave a Reply

Your email address will not be published. Required fields are marked *