ରାଣୀଗୁଡା ଫର୍ମ ଠାରେ ମା ମଝିଘରିଆଣି ଙ୍କ ଘଣ୍ଟ ପର୍ବ ଧୁମ ଧାମ ରେ ପାଳିତ

ରାଣୀଗୁଡା ଫର୍ମ ଠାରେ ମା ମଝିଘରିଆଣି ଙ୍କ ଘଣ୍ଟ ପର୍ବ ଧୁମ ଧାମ ରେ ପାଳିତ

ରାୟଗଡା ୩୦. ୦୫ (ଅମୁଲ୍ୟ ନିଶଙ୍କ ) ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ଚୈତ୍ର ପର୍ବ ପରେ ରାୟଗଡା ସହର ରେ ଘଣ୍ଟ ପର୍ବ ଅନୁଷ୍ଠିତ ହୋଇଥାଏ l ମା ଙ୍କ ମନ୍ଦିର ରୁ ଖଣ୍ଡା ଜାଇ ସହର ର ବିଭିନ୍ନ ଅଂଚଳ ରେ ଭିନ୍ନ ଭିନ୍ନ ତାରିଖ ରେ ଘଣ୍ଟ ପର୍ବ ଅନୁଷ୍ଠିତ ହୋଇଥାଏ l ଏହି ପରିପେକ୍ଷ ରେ ରାୟଗଡା ସହର ର ରାଣୀଗୁଡା ଅଂଚଳ ବାସୀ ଙ୍କ ପକ୍ଷରୁ ମା ଙ୍କ ଘଣ୍ଟ ପର୍ବ ଗତ ୨୮. ୦୫ ରୁ ଅନୁଷ୍ଠିତ ହୋଇ ଆସନ୍ତା ୦୧. ୦6 ରେ ସମାପ୍ତି ହେବା ର କାର୍ଯ୍ୟକ୍ରମ ରହିଛି l ସନ୍ଧ୍ୟା ସମୟରେ ମା ଙ୍କ ଖଣ୍ଡା ଓ ହାଣ୍ଡି ସଂଧ୍ୟା ସମୟରେ ପ୍ରତିଦିନ ବିଭିନ୍ନ ସାହି କୁ ପରିକ୍ରମା ରେ ଯାଇଥାଏ l ଖଣ୍ଡା ଓ ହାଣ୍ଡି ସାହି ପରିକ୍ରମା ସମାପ୍ତି କରି ଘଣ୍ଟ ପର୍ବ ସ୍ଥାନ କୁ ଆସିଥାଏ ଏହା ପରେ ବେଜୁ ନାଚ କରିବାର ଦେଖିବାକୁ ମିଳେ l ଘଣ୍ଟ ପର୍ବ ର ତୃତୀୟ ଦିନ ରେ ମା ଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ, ସି ଏ ପୃଥିବୀ ରାଜ ଓ କେ ଶ୍ରୀନିବାସ ଘଣ୍ଟ ପର୍ବ ସ୍ଥଳ କୁ ଆସି ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ l ଭକ୍ତ ଙ୍କ ମନରଞ୍ଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଦିନ ଅନୁଷ୍ଠିତ ହୋଇଥାଏ l ଅନ୍ତିମ ଦିନ ରେ ବେଜୁ କଣ୍ଟା ଦୋଳି ରେ ଝୁଲିବା ସହିତ ନିଆଁ ମଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ବିରାଟ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସୁଦୂର ଆନ୍ଧ୍ର ପ୍ରଦେଶ ରୁ ଆସିଥିବା କଳାକାର ଙ୍କୁ ବିଭିନ୍ନ ନାଚ ଗୀତ ମାଧ୍ୟମରେ ମା ଙ୍କ ଖଣ୍ଡା ମାଙ୍କ ନିକଟରେ ପହଞ୍ଚାଯିବ l ଘଣ୍ଟ ପର୍ବ ର ସମାପ୍ତି ପରେ କୌଣସି ଏକ ଦିନ ପ୍ରସାଦ ସେବନ ର ବ୍ୟବସ୍ତା କରାଯିବା ର କାର୍ଯ୍ୟକ୍ରମ ରହିଛି ବୋଲି ଘଣ୍ଟ ପର୍ବ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି l

Leave a Reply

Your email address will not be published. Required fields are marked *