ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ।
ଆଜି ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍ ଦିଲୀପ କୁମାର ଚୌଧୁରୀଙ୍କ ବାସଗୃହ ଓ କାର୍ଯ୍ୟାଳୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ ହୋଇଛି। ଏହି କାର୍ଯ୍ୟକ୍ରମ ରେ ୩ ଜଣ ଡି ଏସ୍ ପି ଓ ୭ ଜଣ ନୀରିକ୍ଷକ ଙ୍କ ସହ ଅନେକ ବିଭାଗୀୟ କର୍ମଚାରୀମାନେ ଏକ କାଳୀନ ୪ ଟି ସ୍ଥାନ ଯଥା ଧର୍ମ ନଗର ସ୍ଥିତ ବାସଭବନ,ମୟୁରୀ ବିହାରରେ ଥିବା ଏକ କୋଠା ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ଓ ଭୁବନେଶ୍ବର ଶହୀଦ ନଗର ରେ ଥିବା ଦାମୀକିଆ କୋଠା ଉପରେ ଚଢାଉ ଜାରୀ ରହିଛି। ବର୍ତ୍ତମାନ ସୁଦ୍ଧା ଆୟ ବହିର୍ଭୁତ ସମ୍ପତ୍ତି ର ଆକଳନ ହୋଇନଥିବା ଜଣାପଡିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଆସନ୍ତା କାଲି ଯନ୍ତ୍ରୀ ଚୌଧୁରୀ ଅବସର ନେବାକୁ ଥିବା ବେଳେ ଆଜି ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
