ଦିବ୍ୟାଙ୍ଗଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ ରେ ମହିଳା ଗିରଫ।ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ସୁବାସ ନଗର ପ୍ରଥମ ଗଳିରେ ରହୁଥିବା ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗ ବ୍ୟକ୍ତି ହରିହର ସାହୁଙ୍କୁ ଗତ ୨୮ ତାରିଖ ରାତିରେ ଦୁଇ ଯୁବକ ଆସି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ଓ କିରୋସିନି ଢାଳି ହତ୍ୟା ଉଦ୍ୟମ କରିଥିଲେ। ଠିକ୍ ଏତିକିବେଳେ ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ଯୁବକ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ହରିହର ଙ୍କ ଝିଅ ମଧୁସ୍ମିତା ସାହୁ ଥାନା ରେ ଏତଲା ଦାଏର କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ଗୁରୁତର ସହ ତଦନ୍ତ କରି ଜାଣିବାକୁ ପାଇଲେ ଯେ ତଳ ଘରେ ଭଡ଼ାରେ ରହୁଥିବା ସୋରଡ଼ା ଅମ୍ରୁତୁଲୁ ଅଞ୍ଚଳର ଜନୈକା ମହିଳା ସୁଦେଷ୍ଣା ଯେନା ଏହି ଘଟଣା ର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ବଳିଷ୍ଠ ପ୍ରମାଣ କୁ ଆଧାର କରି ପୋଲିସ ଉକ୍ତ ମହିଳା କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
