କୋଲନରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
ରାୟଗଡା ୩୦. ୦୫(ଅମୁଲ୍ୟ ନିଶଙ୍କ ) : କୋଲନରା ବ୍ଲକ କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଆଜି ଦଶମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲିସିକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା, ସାଂସଦ ପ୍ରତିନିଧି ଡକ୍ଟର ଆଇ ଗୋବର୍ଦ୍ଧନ ରାଓ, ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡୁ ଓ ସୁନୀତା ତାଡିଙ୍ଗି ପ୍ରମୁଖ ମଞ୍ଚାସୀନ ରହିଥିଲେ | ଜିପିଡିଓ ପ୍ରଶାନ୍ତ କୁମାର ପାଢ଼ୀ ଉପସ୍ଥିତ ଜନ ପ୍ରତିନିଧି, ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ସ୍ବାଗତ କରିବା ସହ ଗତ ବୈଠକରେ ଆଲୋଚନା ହୋଇଥିବା ବିବରଣୀ ପ୍ରଦାନ କରିଥିଲେ | ଆଜି ଅନୁଷ୍ଠିତ ଏହି ବୈଠକରେ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ବିଭାଗ, ପଶୁ ସମ୍ପଦ ବିଭାଗ, ମତ୍ସ୍ୟ ବିଭାଗ, ଶିକ୍ଷା ବିଭାଗ, ଗ୍ରାମ ପଞ୍ଚାୟତ ବିଭାଗ, ଓଡ଼ିଶା ଜୀବିକା ମିଶନ ବିଭାଗ, ପ୍ରଧାନମନ୍ତ୍ରୀ ଆବାସ, ଏମଜିଏନଆରଇଜିଏ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମେତ ଅନ୍ୟାନ୍ୟ ବିଭାଗର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରାଯାଇଥିଲା | ଖାସ୍ କରି ନୂତନ ଏକ୍ସନ ପ୍ଲାନ ଏବଂ ତାହାର ସଂଶୋଧନ କରିବାକୁ ନେଇ ଉପସ୍ଥିତ ଜନ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ | ସରକାରଙ୍କ ବିଭିନ୍ନ ଯୋଜନା ସରକାରୀ ଗାଇଡ ଲାଇନ ଦ୍ଵାରା ପ୍ରସ୍ତୁତ ହୋଇଥାଏ, ତେଣୁ ସମସ୍ତେ ମିଶି ସହଯୋଗ କଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ବିଡ଼ିଓ ଶ୍ରୀମତୀ ପ୍ରଧାନ ବୁଝାଇ କହିଥିଲେ | ଏହି ବୈଠକକୁ ଜିପିଡିଓ ଶ୍ରୀ ପାଢ଼ୀ ପରିଚାଳନା କରିଥିବା ବେଳେ ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାତ୍ର, ସେକ୍ସନ ଅଫିସର ଅରୁଣ କୁମାର ପାଢୀ, ବିଇଓ ମଞ୍ଜୁଲତା ଜେନା, ଡବ୍ଲ୍ୟୁଇଓ ଦେବାଶିଷ ମୁଣ୍ଡ, ଡାକ୍ତର ସୌମ୍ୟରଂଜନ ନାୟକ, ବିଏସଏସଓ ପ୍ରଭାତ କୁମାର ଶବର, ଏପିଓ ସୁମିତ୍ରା ପାଣିଗ୍ରାହୀ, ଆରଡବ୍ଲୁଏସଏସ୍ ସହକାରୀ ଯନ୍ତ୍ରୀ ଶୁଭଦର୍ଶୀନି ପଟ୍ଟନାୟକ, ମିଶନ ଶକ୍ତି ବିପିସି ମନୋଜ କୁମାର ପାଣି ଓ ଏମଆଇ ଅନୀଲ କୁମାର ଗମାଙ୍ଗଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ଯନ୍ତ୍ରୀ, ପିଇଓ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ | ଶେଷରେ ବିଡିଓ ଶ୍ରୀମତୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ |
