ବିପୁଳ ପରିମାଣ ର ଗଞେଇ ଜବତ, ବୟସ୍କ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ।

ବିପୁଳ ପରିମାଣ ର ଗଞେଇ ଜବତ, ବୟସ୍କ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ।ଗାଙ୍ଗପୁର ଥାନା ଏସ୍ ଆଇ ଅଜୟ କୁମାର ମଲ୍ଲିକ ସଦଳବଳେ ପେଟ୍ରୋଲିଂ ସମୟରେ ଦୁବଲୁଣ୍ଡା ଘାଇ ଛକରେ ନିକଟସ୍ଥ ଷଡଙ୍ଗୀପଲି ଗ୍ରାମର ବଳରାମ ବେହେରା ନାମକ ଜଣେ ବୟସ୍କ ବ୍ୟକ୍ତି ଏକ୍ସଲ୍ ଗାଡ଼ି ରେ ଯାଉଥିବା ବେଳେ ଅଟକାଇ ଯାଞ୍ଚ କରିଥିଲେ ଓ ସେ ସାଙ୍ଗରେ ନେଇ ଯାଉଥିବା ଦୁଇଟି ବସ୍ତାକୁ ତନଖି କରିବା ବେଳେ ସେଥିରେ ବିପୁଳ ପରିମାଣ ର ଗଞେଇ ଭର୍ତ୍ତି ହୋଇଛି।ତାଙ୍କୁ ଥାନା ରେ ଆଣି ଥାନା ଅଧିକାରୀ ଙ୍କ ନିକଟରେ ହାଜର କରି ଜବତ ଗଞେଇ କୁ ଓଜନ କରିଥିଲେ ଓ ସେଥିରେ ୫୨ କିଲୋ ରୁ ଉର୍ଦ୍ଧ୍ବ ଗଞେଇ ଥିବା ଜଣାପଡିଛି। ଗଞେଇ ବେପାରୀ ବଳରାମ କୁ ୩୯୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଗାଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *