ଦିନ ମଜୁରୀଆଙ୍କ ଝିଅ ଯୁକ୍ତ ଦୁଇ କଳାରେ ମୋହନା ବ୍ଳକ ଟପ୍ପର ।

ଦିନ ମଜୁରୀଆଙ୍କ ଝିଅ ଯୁକ୍ତ ଦୁଇ କଳାରେ ମୋହନା ବ୍ଳକ ଟପ୍ପର ।

ଜଣେ ଦାଦନ ଝିଅ ମୋହନା ବ୍ଳକର କଳାରେ ଟପ୍ପର ହୋଇ ବ୍ଳକର ଗୌରବ ରଖିଛନ୍ତି । ମୋହନା ବ୍ଳକ ଅନ୍ତର୍ଗତ ଆଲିଗଣ୍ଡା ପଞ୍ଚାୟତ ଅଧିନ ବେବିରି ଗ୍ରାମର ଶିବାନୀ ଗୌଡ ହରଭଙ୍ଗି ଉଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ପରିକ୍ଷା ଦେଇ ବ୍ଳକ ପାଇଁ ଗୌରବ ଆଣିଛନ୍ତି । ସେ ୬୦୦ ରୁ ୪୬୫ ରଖି ବ୍ଳକ ଟପ୍ପର ହୋଇଛନ୍ତି । ବାପା ସାହେବ ଗୌଡ ଓ ମାଆ ବାଙ୍କେଶ୍ବରୀ ଗୌଡ ପରିବାର ପ୍ରତିପୋଷଣ ପାଇଁ କଟକରେ ରହି ଦିନ ମଜୁରୀଆ ଭାବେ କାମ କରି ଯାହା ଅର୍ଥ ଉପାର୍ଜନ କରନ୍ତି ସେଥିରେ ନିଜ ଚଳି ବଳକା ଅର୍ଥ ଘର ଚଳିବା ପାଇଁ ପଠାଇଥାନ୍ତି । ସେ ଅର୍ଥରେ ଝିଅ ଶିବନୀର ପାଠପଢା ହୁଏ । ମାଉସୀ ଘରେ ରହି ଶିବାନୀ ପାଠ ପଢୁଥିବା ବେଳେ ଏକମାତ୍ର ଭାଇ ଦୂରା ରୋଗରେ ପୀଡିତ । ପୁଅ କଟକ ବଡ ମେଡିକଲରେ ରହି ଚିକିତ୍ସିତ ହେଉଥିବା ବେଳେ ବାପା ମାଆ ଦିନ ମଜୁରୀ କାମ ସରିବା ପରେ ପୁଅ ପାଖକୁ ଯାଇ ତାହାର ଦେଖାଶୁଣା କରିନ୍ତି । ଆଥିକ ଅନାଟନ ଭିତରେ ରହିଥିବା ଶିବାନୀ କଠିନ ପରିଶ୍ରମ କରି ବ୍ଳକ ଟପ୍ପର ହୋଇପାରିବାରୁ ଖୁସି ବ୍ୟକ୍ତି କରିଛନ୍ତି । ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ କାର୍ଯ୍ୟ କରିବେ ବୋଲି ଶିବାନୀ ଗଣମାଧ୍ୟରେ କହିଛନ୍ତି । ଏହି ସଫଳତା ପାଇଁ ସେ ବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, କମିଟି ସଦସ୍ୟ ଓ ପରିବାର ଲୋକଙ୍କୁ ଶ୍ରେୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *