ଗଞେଇ ଚାଲାଣ ବେଳେ ଦୁଇ ବ୍ୟବସାୟୀ କୋର୍ଟ ଚାଲାଣ ଓ ଗଞେଇ ଜବତ।
କୋଦଳା ଥାନା ଅର୍ନ୍ତଗତ କଞ୍ଚଣା ବସଷ୍ଟାଣ୍ଡରେ ଦୁଇ ଯୁବକ କୁ ପୋଲିସ ସନ୍ଦେହ ପ୍ରକଟ କରି ଜେରା କରିବା ବେଳେ ସେମାନଙ୍କ ଠାରୁ ୨୩ କିଲୋ ଗଞେଇ ଓ ୩ ଟି ମୋବାଇଲ ଫୋନ ଜବତ କରି ଥାନାରେ ରଖି ଜେରା କରିବା ବେଳେ ସେମାନେ ବାହାର ରାଜ୍ୟକୁ ପଠାଇବା ପାଇଁ ଅପେକ୍ଷା କରିଥିବା କହିଥିଲେ। ଉକ୍ତ ଦୁଇ ଯୁବକ ଉତ୍ତରପ୍ରଦେଶ ଅଯୋଧ୍ୟା ଜିଲ୍ଲାର ଆଲୋକ ସିଂ ଓ ସୁଲତାନ ପୁର ଜିଲ୍ଲାର ଶିଭମ୍ ଦୁବେ ବୋଲି ଜଣାପଡିଛି। ଉକ୍ତ ଦୁଇ ଯୁବକ ପୋଲିସ ମାମଲା ନଂ ୩୨୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଏନ୍ ଡି ପି ଏସ୍ ଦଫା ୨୧ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
