ଉତ୍କଳ ଆଲୁମିନା ୟୁନିଟ ମୁଖ୍ୟ ଙ୍କୁ ଦାବୀ ପତ୍ର ଦେଲେ ରାୟଗଡା ଟ୍ରକ ମାଲିକ ସଂଘ

ଉତ୍କଳ ଆଲୁମିନା ୟୁନିଟ ମୁଖ୍ୟ ଙ୍କୁ ଦାବୀ ପତ୍ର ଦେଲେ ରାୟଗଡା ଟ୍ରକ ମାଲିକ ସଂଘ

ରାୟଗଡା 29/05 (ନି ପ୍ର ) ରାୟଗଡା ଟ୍ରକ ମାଲିକ ସଙ୍ଘ ର ସଭାପତି ୟାଲା କୋଣ୍ଡା ବାବୁ ଙ୍କ ସହିତ ସଂଘ ର କର୍ମକର୍ତା ଧନିରାମ ନାୟକ ଓ ମାଝୀ ରମେଶ ଉତ୍କଳ ଆଲୁମିନା ଇଣ୍ଟେଟନେସନଲ ଲିମିଟେଡ଼ କାରଖାନା ଦୋରାଗୁଡା ର ୟୁନିଟ ର ମୁଖ୍ୟ ରବି ନାରାୟଣ ମିଶ୍ର ଙ୍କୁ ମିଶି ଏକ ଦାବିପତ୍ର ଦେଇଥିବା ର ଜଣାପଡିଛି l ରାୟଗଡା ଟ୍ରକ ସଙ୍ଘ ର ଗାଡି କୁ ଉତ୍କଳ ଆଲୁମିନା ର ମାଲ ପାରିବହନ ନିମନ୍ତେ ଆଦେଶ ଦେବା ପାଇଁ ଦାବୀ କରିଥିଲେ l ସୂଚନା ଯୋଗ୍ୟଯେ ଏହି ରାୟଗଡା ଟ୍ରକ ସଙ୍ଘ ର ମାଲିକ, ଗାଡି ଚାଳକ ଓ ଗାଡି ହେଲପର ଙ୍କ ପ୍ରାୟ 4500 ପରିବାର ବ୍ୟକ୍ତି ନିର୍ଭର କରନ୍ତି l ରାୟଗଡା ଜ଼ିଲ୍ଲା ର ଅନ୍ୟତମ କାରଖାନା ଜେକେ ପେପର ମିଲ, ଇମ୍ଫା ଓ ବେଦାନ୍ତ ରେ ମାଲ ପାରିବହନ ନିମନ୍ତେ ରାୟଗଡା ଟ୍ରକ ମାଲିକ ଙ୍କ ଗାଡି ଲାଗିଛି l କିନ୍ତୁ ଉତ୍କଳ ଆଲୁମିନା ରେ କେବେଳ ଗୋଟିଏ ରାଜନୈତିକ ବ୍ୟକ୍ତି ଓ ତାଙ୍କରି ସସହଯୋଗୀ ଙ୍କ ଗାଡି ମାଲ ପାରିବହନ ନିମନ୍ତେ ଚାଲିଛି ଏଥିପାଇଁ ରାୟଗଡା ଟ୍ରକ ମାଲିକ ସଂଘ ଗାଡି କୁ ମାଲ ପାରିବହନ ନିମନ୍ତେ ଲଗାଇବା ପାଇଁ ଉତ୍କକ ଆଲୁମିନା ୟୁନିଟ ମୁଖ୍ୟ ମିଶ୍ର ଙ୍କୁ ଦାବୀ ପତ୍ର ଦେଇଥିଲେ l ଏହି କପି ର ଏକ ନକଲ ଜ଼ିଲ୍ଲାପାଳ ରାୟଗଡା, ପୋଲିସ ଏସ ପି ରାୟଗଡା ଓ ଆଞ୍ଚଳିକ ପାରିବହନ ଅଧିକାରୀ ଙ୍କୁ ମଧ୍ୟ୍ୟ ଦିଆଯାଇଥିବା ର ଜଣାପଡିଛି l ଆସନ୍ତା 15 ଦିନ ମଧ୍ୟ୍ୟ ରେ ଉତ୍କଳ ଅଲିମିନା କତୃପକ୍ଷ ରାୟଗଡା ଟ୍ରକ ମାଲିକ ସଂଘ ର ଗାଡି ପରିବହନ ପାଇଁ ଲଗାଇବା ନିମନ୍ତେ ଉଚିତ ପଦକ୍ଷେପ ନ ନିଅନ୍ତି ଶାନ୍ତି ପୂର୍ଣ୍ଣ ଭାବେ ରାୟଗଡା ଟ୍ରକ ମାଲିକ ସଂଘ ର କର୍ମକର୍ତା ଙ୍କ ସହିତ ଟ୍ରକ ଚାଳକ ହେଲପେର ମାନେ ଉତ୍କଳ ଆଲୁମିନା ର ମୁଖ୍ୟ ଫାଟକ ସମୁଖ ରେ ଶାନ୍ତି ପୂରଣ ଭାବେ କାର୍ଯ୍ୟ ହାସଲ ପର୍ଯ୍ୟନ୍ତ ଶାନ୍ତିରେ ଧାରଣା ଦେବେ ବୋଲି ଦାବି ପତ୍ର ରର ଉଲେଖ ଥିବା ଦେଖିବାକୁ ମିଳିଛି l କାହାରି ପ୍ରରୋଚନା ରେ ପଡି ଉତ୍କଳ ଆଲୁମିନା କୌଣସି ଚାଲ କରେ ତାହାର ପରିଣାମ ଉତ୍କଳ ଆଲୁମିନା କୁ ଭୋଗିବାକୁ ପଡିବ l ଏହି ଧାରଣା ସମୟରେ ଯଦି କୌଣସି ଅପ୍ରୀତିକର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ଏଥି ନିମନ୍ତେ ଉତ୍କଳ ଆଲୁମିନା ଦାଈ ରହିବେ ବୋଲି ଦାବୀ ପତ୍ର ରେ ଉଲେଖ ରହିଛି

Leave a Reply

Your email address will not be published. Required fields are marked *