ଶାଗୁଆନ କାଠ ସହ ପିକଅପ ଜବତ, ଜଣେ ଗିରଫ
ରାୟଗଡା ୨୭. ୦୫ (ଅମୁଲ୍ୟ ନିଶଙ୍କ ) : ଶାଗୁଆନ କାଠ ବେଆଇନ ଭାବେ ଚୋରାଚାଲାଣ ବେଳେ ମାଡିବସିଲା ଗୁଣୁପୁର ବନ ବିଭାଗ। ରାତ୍ରି ସମୟରେ ପିକଅପ ଯୋଗେ ବନ ବିଭାବ ପାଟ୍ରୋଲିଂ କରୁଥିବା ସମୟରେ ଚଢାଉ କରାଯାଇଛି। ୮୦ ଘନଫୁଟର ୨୯ଟି ଶାଗୁଆନ କାଠଗଣ୍ଡି ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷରୁ ଅଧିକ ଟଙ୍କା ବୋଲି ଜଣାପଡିଛି। ପିକଅପ ଗାଡିକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଆନ୍ଧ୍ରର ମାନ୍ୟଂ ଜିଲ୍ଲାର ନିଳକଣ୍ଠପୁର ଥାନା ଅନ୍ତର୍ଗତ ସଞ୍ଜୁବାଇ ଗ୍ରାମର ବିଡିକା ବିଜୟ କୁମାର। ମରଡା ଗ୍ରାମରୁ ଶାଗୁଆନ କାଠଗଣ୍ଡି ଧରି ବେଆଇନ ଭାବେ ଚୋରାଚାଲାଣ କରି ଆନ୍ଧ୍ର ଓଡିଶା ସିମାନ୍ତ ଗଠଲପଦର ରାସ୍ତାରେ ପିକଅପ ଗାଡି ଯୋଗେ ଚାଲାଣ ହେଉଥିବା ବେଳେ ରେଲିଗୁଡା ନିକଟ ମୁଖ୍ୟ ରାସ୍ତା ଉପରେ ଚଢାଉ କରଯାଇଥିଲା। ଜବତ କାଠ ଆନ୍ଧ୍ର ମରଡାରୁ ବାହାରି ଓଡିଶା ରାସ୍ତା ଦେଇ ଆନ୍ଧ୍ରର କତୁରୁ ଡିପୋକୁ ଚୋରା ଚାଲାଣ ହେଉଥିବା ଗୁଣୁପୁର ରେଞ୍ଜର ଗଙ୍ଗାଧର ମିଶ୍ର ନେଇ ସୂଚନା ଦେଇଛନ୍ତି। ଗୁଣୁପୁର ରେ ଗଙ୍ଗାଧର ମିଶ୍ର ରେଞ୍ଜର ଭାବେ ଯୋଗଦାନ ପରେ ବେଆଇନ ଭାବେ ଚୋରା ରେ କାଠ ଚାଲାଣ କରୁଥିବା ବ୍ୟକ୍ତି ଧରିବା ରେ ସକ୍ଷମ ହୋଇପାରିଛନ୍ତି ବୋଲି ଜନସାଧାରଣ ରେ ଚର୍ଚ୍ଚା ଚାଲିଛି l
