ସମାଜସେବୀ କୋଣ୍ଡାବାବୁଙ୍କ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ
ରାୟଗଡା (ଅମୁଲ୍ୟ ନିଶଙ୍କ )୨୬/୦୫ – ବିଜେପିର ବରିଷ୍ଠ ନେତା ତଥା ଟ୍ରକ ମାଲିକ ସଂଘର ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ)ଙ୍କ ତରଫରୁ ରାୟଗଡା ଜ଼ିଲ୍ଲା ର ରାୟଗଡା ସଦର ବ୍ଲକ ସିଲିଟିଗୁଡା ଡ୍ୟାମ ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା କମଳା ସାଉଁନ୍ତା, ଡ଼ମ ସମାଜର ସଭାପତି ନରେନ୍ଦ୍ର ନାଏକ, ଆଦିବାସୀ ନେତା ମାଦାରାଓ ସାରକା, ଜିଆନା ହିମିରିକା, ଚକ୍ର ବିଡିକା ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଥିଲେ ଆଦିନାରାୟଣ । ଦିନେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ବେଶ୍ ଆନୁଗତ୍ୟ ଥିବା ଆଦିନାରାୟଣ, ଭାସ୍କର ରାଓଙ୍କ ହାତ ଛାଡି କୋଣ୍ଡାବାବୁ ଶିବିରରେ ସାମିଲ ହୋଇଥିବା ସମସ୍ତଙ୍କୁ ଚକିତ କରିଥିଲେ । କୋଣ୍ଡାବାବୁ ଶିବିରରେ ସାମିଲ ହେବା ପରେ ଆଦିନାରାୟଣ ବେଶ୍ ଚାଂଚଲ୍ୟକର ତଥ୍ୟ ପୂର୍ବତନ ସାଂସଦ ଶ୍ରୀରାଓଙ୍କ ବିରୋଧରେ ଖୁଲାସା କରିଛନ୍ତି । ଆଦିନାରାୟଣ, ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଥିଲେ ଦୀର୍ଘ ୪୦ ବର୍ଷ ଧରି ରାୟଗଡା ଟ୍ରକ ମାଲିକ ସଂଘକୁ ନିଜ କବଜାରେ ରଖି ଶ୍ରୀରାଓ, ଟ୍ରକ ମାଲିକଙ୍କ ହକର ର କୋଟି କୋଟି ଟଙ୍କା ଲୁଟି କରି ଖାଇଛନ୍ତିନା କଣ କରିଛନ୍ତି ତାହା କୌଣସି ସଦସ୍ୟ କୁ ଜଣାନାହିଁ l ଯଦିୟୁନିଅନ ର କୌଣସି ସଭ୍ୟ ଟଙ୍କା ବିଷୟରେ ପଚାରିଲେ ତାକୁ ନାଲି ଆଖିଦେଖାଇ ଧମକ ଦେଇ ପୋଲିସ କେଶ ର ଭୟ ଦେଖାଉଥିଲେ l ଭାସ୍କର ରାଓ ଟିକିରି ଉତ୍କଳ ଆଲୁମିନା ରେ ନିଜର ଓ ବିଜେଡି ଦଳ ର କେତେକ ନେତା ସାଂସଦ ଙ୍କ ଟ୍ରକ କୁ ପରିବହନ କ୍ଷେତ୍ରରେ ଲଗାଇଲେ ଅଥଚ ରାୟଗଡା ଟ୍ରକ ମାଲିକ ସଂଘ ର କୌଣସି ଏକ ଟ୍ରକ ଉତ୍କଳ ଆଲୁମିନା ରେ ପରିବହନ ପାଇଁ ଲଗାଇନାହାନ୍ତି l ଶ୍ରୀ ରାଓ କେବଳ ନିଜର ବିକାଶ ହିଁ ଦେଖିଲେ, କେବେ ବି ଟ୍ରକ ମାଲିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିନାହାନ୍ତି । ବର୍ତମାନ ୟାଲା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ) ଟ୍ରକ ମାଲିକ ସଂଘର ସଭାପତି ହେବା ପରେ ଟ୍ରକ ମାଲିକ ସଂଘ ନାମରେ ଥିବା ବ୍ୟାଙ୍କ ଜମାଖାତାରେ ୨ କୋଟି ଟଙ୍କା ଜମା ରହିଛି । ଯଦି ଦୁଇ ବର୍ଷରେ ୨ କୋଟି ଟଙ୍କା ଟ୍ରକ ମାଲିକ ସଂଘ ନାମରେ ରହୁଛି ତା ହେଲେ ୪୦ ବର୍ଷ ଧରି ନିଜ ଅକ୍ତିଆରରେ ରଖିଥିବା ଶ୍ରୀରାଓ, ସମସ୍ତ ଟଙ୍କା ହଡପ କରିଛନ୍ତି ବୋଲି ଆଦିନାରାୟଣ ସିଧାସଳଖ ଅଭିଯୋଗ କରିଛନ୍ତି । ବର୍ତମାନ ଶ୍ରୀରାଓଙ୍କୁ ୪୦ ବର୍ଷର ହିସାବ ମଗାଯିବ ନ ହେଲେ ତାଙ୍କ ଘର ସମ୍ମୁଖରେ ଧାରଣ ଦିଆଯିବ ବୋଲି ଆଦିନାରାୟଣ ପରୋକ୍ଷରେ ଚେତାବନୀ ଦେଇଛନ୍ତି । ଟ୍ରକ ମାଲିକ ସଂଘର ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ, ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ ଜେକେ କାଗଜ କଂପାନୀ ଏବଂ ଇମ୍ଫା ଥେରୁବାଲି କଂପାନୀରୁ ଯେପରି ସିଧାସଳଖ ଟ୍ରକ ମାଲିକ ସଂଘରୁ ଲୋଡିଂ କରିବାର ସୁଯୋଗ ଦିଆଯାଉଛି, ସେପରି ସିଧାସଳଖ ଲୋଡିଂ ବ୍ୟବସ୍ଥା ପାଇଁ ଟିକିରି ସ୍ଥିତ ଉତ୍କଳ ଆଲୁମିନା କଂପାନୀ ସହ ଯୋଗଯୋଗ କରାଯିବ ବୋଲି ୟାଲା ଭେଙ୍କେଟେଶ୍ୱର ରାଓ ପ୍ରକାଶ କରିଛନ୍ତି । ଆଜି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଭାସ୍କର ରାଓ ଙ୍କ ବହୁ ଅନୁଗତ ଟ୍ରକ ମାଲିକ କୋଣ୍ଡା ବାବୁ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସାମିଲ ରହିଥିବା ର ଦେଖିବାକୁ ମିଳିଥିଲା l କାଶୀପୁର ଓ ରାୟଗଡା ବ୍ଲକ ର ବହୁ ବିଜେଡି କର୍ମୀ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜେପି ରେ ମିଶିବା ନିମନ୍ତେ କୋଣ୍ଡା ବାବୁ ଙ୍କ ସହିତ ଆଲୋଚନା କରିଥିବା ର ଦେଖିବାକୁ ମିଳିଥିଲା l କୋଣ୍ଡା ବାବୁ ଙ୍କ ଖାସ ଅନୁଗତ୍ୟ ଙ୍କ କହିବା ଅନୁସାରେ ଖୁବ ଅଳ୍ପ ଦିନ ରେ ବହୁ ବିଜେଡି କର୍ମୀ ଯିଏ କି ଭାସ୍କର ଙ୍କ ଅତି ନିକଟତର ସେମାନେ ସେମାନେ ବିଜେପି ରେ ସାମିଲ ହେବେ ବୋଲି କହିଛନ୍ତି l ଆଜିର ଏହି ବଂଧୁ ମିଳନ କାର୍ଯ୍ୟକ୍ରମ ପରେ ରାୟଗଡା ବିଜେଡି ରେ ଛନକା ପଶିଥିବା ର ଅନୁମାନ କରାଯାଉଛି କାରଣ ଭାସ୍କର ରାଓ ଦୃଢ଼ ସମର୍ଥକ ମାନେ ଚା ଦୋକାନ ବିଭିନ୍ନ ଛକ ରେ ଭାସ୍କର ଆଜ୍ଞା ଙ୍କ ପାଇଁ ଏହା ଏକ ବିରାଟ ଧକା କାରଣ ଆଗକୁ ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଭାସ୍କର ଆଜ୍ଞା ଙ୍କ ଇଙ୍ଗିତ ରେ ହେବାର ଅଛି ଯଦି ଏହିପରି ହୁଏ ପରିସ୍ଥିତି ଓଲଟା ହେଇଯିବ ବୋଲି ରାଓ ଙ୍କ ଅତି ପାଖ ଲୋକ ଆଲୋଚନା କରି ଚିନ୍ତା ରେ ପଡିଥିବାର ଦେଖାଯାଉଛି l
