ଚାଷୀଙ୍କ ଘରେ ମାଣ୍ଡିଆ ପିଠା ଖାଇଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ରାୟଗଡା ୨୪. ୦୫(ଅମୁଲ୍ୟ ନିଶଙ୍କ ) ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ରେ ଯୋଗ ଦେବା ନିମନ୍ତେ ରାୟଗଡା ଜ଼ିଲ୍ଲା ଗସ୍ତ ରେ ଆସି ଶୁକ୍ରବାର ଦିନ ମାନ୍ୟବର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓଡିଶା ସରକାର ରାୟଗଡା ବ୍ଲକ ର ବିରନାରାୟଣ ପୁର ଗ୍ରାମ କୁ ଯାଇ ସେହି ଗ୍ରାମର ଚାଷୀ ମାଧବ ରାଓ ସାରକା ଘରେ ମାଣ୍ଡିଆ ରେ ତିଆରି ବିଭନ୍ନ ଖାଦ୍ୟ ସାମଗ୍ରୀ ଖାଇଥିଲେ l ଗ୍ରାମର ଜନସାଧାରଣ ଙ୍କୁ ସେମାନଙ୍କ ର ସୁବିଧା ଅସୁବିଧା ପଚାରି ବୁଝିଥିଲେ l ଯେଉଁମାନେ ରାସନ କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇଁ ନାହାନ୍ତି ତାହାର ଏକ ଲିଷ୍ଟ ତିଆର କରି ଦେବା ନିମନ୍ତେ ବିଭାଗୀୟ କର୍ତୃପକ୍ଷ ଙ୍କୁ ପରାମର୍ଶ ଦେଇଥିଲେ l ସରକାର ଚାଷୀ ଙ୍କୁ ସରକାର କୁଇଣ୍ଟାଲ ପିଛା 3100 ଟଙ୍କା ସହିତ ଚାଷୀ ଙ୍କୁ ଚାଷ ନିମନ୍ତେ ଅନ୍ୟାନ୍ୟ ସୁବିଧା ସହିତ ଜମି କୁ ଜଳସେଚନ ର ବ୍ୟବସ୍ତା କରିବାରେ ସକ୍ଷମ ହୋଇପାରିଛନ୍ତି ବୋଲି କହିଥିଲେ l ମୋହନ ସରକାର ଲୋକଙ୍କ ସରକାର କାମ ର ସରକାର କନ୍ତୁ ବିଜେଡି କଥା ର ସରକାର ହୋଇ ଦୀର୍ଘ, 24 ବର୍ଷ ଲୁଟି ଚାଲିଥିଲେ ବୋଲି ଚାଷୀ ଙ୍କୁ କହିଥିଲେ l ଗ୍ରାମ ର ଚାଷୀ ମାନେ ମନ୍ତ୍ରୀ ଙ୍କୁ ଅଭିଯୋଗ କରି କହିଥିଲେ ଜେ ସରକାର ଚାଷୀ କୁ 3100 ଟଙ୍କା ଦେଲେ ଶତ କିଂତୁ ଚାଷ କରିବା ନିମନ୍ତେ ଆମକୁ ଜଳସେଚନ ର ବ୍ୟବସ୍ତା ନାହିଁ ଆମ ଗାଁ ର ଉପରି ମୁଣ୍ଡରେ ଥିବା ସିଲିତିଗୁଡା ମାଧ୍ୟମରେ ଜଳସେଚନ ପ୍ରକଳ୍ପ. କୌଣସି କାମ ରେ ଆସୁନାହିଁ l ବିଜୁଳି ମଧ୍ୟ୍ୟ ବାରମ୍ବାର ରହୁନାହିଁ ଏହାର ସମାଧାନ ନିମନ୍ତେ କହିଥିଲେ l ମନ୍ତ୍ରୀ ଙ୍କୁ ସ୍ୱାଗତ ଜଳ ପାନ ନିମନ୍ତେ ୟାଲା କୋଣ୍ଡା ବାବୁ ବିରନାରାୟଣ ପୁର ଗାଁ ରେ ଭବ୍ୟ ଆୟୋଜନ କରିଥିଲେ ଓ ମନ୍ତ୍ରୀ ଙ୍କ ଜଳ ପାନ କିପରି ଭାବେ ହେବ ମାଧବ ରାଓ ଙ୍କୁ କହିଥିଲେ l ମନ୍ତ୍ରୀ ଗାଁ ରେ ପହଂଚିବା ପରେ ଗାଁ ର ମହିଳା ଓ ପୁରୁଷ ପାରମ୍ପରିକ ଆଦିବାସୀ ନାଚ ଗୀତ ବାଦ୍ୟ ବାଜଣା ଆତସ ବାଜି ମାଧ୍ୟମରେ ସ୍ୱାଗତ କରିଥିଲେ l ମନ୍ତ୍ରୀ ପ୍ରଥମେ ଗାଁ ର ଦେବତା ଙ୍କ ନିକଟରେ ପୂଜା କରି ପରେ ପରେ ମାଧବ ରାଓ ସାରକା ଙ୍କ ଘରେ ଜଳ ପାନ କରିଥିଲେ l ଏହି ବିରନାରାୟଣ ପୁର ଗ୍ରାମ ବାସୀ ଙ୍କୁ ମନ୍ତ୍ରୀ ବହୁତ ଧନ୍ୟବାଦ ଜଣାଇଥିଲେ ମନ୍ତ୍ରୀ କହିଥିଲେ ଜେ ଏହିପରି ଭାବେ ମୁଁ କୌଣସି ଠାରେ ସ୍ୱାଗତ ପାଇଁ ନାହିଁ l ଆଜି ବିରନାରାୟଣ ପୁର ଗ୍ରାମ ବାସୀ ମୋତେ ଯେପରି ଭାବେ ସ୍ୱାଗତ କରି ଏତେ ସମ୍ମାନ ଦେଇଛନ୍ତି ତାହା ମୁଁ କେବେ ଭୁଲିପାରିବିନି ବୋଲି କହିବା ସହିତ ଏହି ପରି ଭବ୍ୟ ଆୟୋଜନ କୋଣ୍ଡା ବାବୁ କରିଥିବା ରୁ କୋଣ୍ଡା ବାବୁ ଙ୍କ ଅଶେଷ ଧନ୍ୟବାଦ ଜଣାଇଥିଲେ l ମନ୍ତ୍ରୀ ଙ୍କ ସହିତ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ବରିଷ୍ଠ ବିଜେପି ନେତା କୋଣ୍ଡା ବାବୁ, ବସନ୍ତ ଉଲାକା, କାଳିରାମ ମାଝୀ, ରଜତ ମାଦଳା ଜଳ ପାନ କରିଥିଲେ l
