ରାମନାଗୁଡାରେ ପ୍ରହସନ ପାଲଟିଛି ବ୍ଲକ ସ୍ତରୀୟ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ
ରାୟଗଡା : ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ବାଲ୍ୟ ବିବାହ ସଚେତନତା ବା ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାମନାଗୁଡା ସମନ୍ୱିତ ଶିଶୁ ବିକାଶ ଯୋଜନା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରତିମା ରାଣୀ ଦାସ ପିଇଓ, କଳ୍ପନା ଖୁଣ୍ଟିଆ ଗୁଣୁପୁର ପିଇଓ, ଅଞ୍ଜଳି ମହାପାତ୍ର ସିଡିପିଓ ରାମନାଗୁଡା, ସୁନିତା ବେହେରା ଥାନା ଅଧିକାରୀ ରାମନାଗୁଡା, ଡ: ପ୍ରଣତି ମହାପାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାମନାଗୁଡା, ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ,, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ, ବାଳିକା ଉଚ୍ଚ ବିଦ୍ୟାଳୟ ପାଳୁପାଇ ଶିକ୍ଷକ, ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ସମ୍ପର୍କିତ ବିଭିନ୍ନ ବିଷୟରେ ଉପସ୍ଥିତ ଅତିଥି ପଦାଧିକାରୀ, କର୍ମଚାରୀ ମାନେ ମତ ରଖିଥିବା ବେଳେ ରାମନାଗୁଡା ବ୍ଲକ ର ୧୨ ଗୋଟି ପଞ୍ଚାୟତ ଅଧୀନରେ ଥିବା ଗ୍ରାମାଞ୍ଚଳ ଗୁଡିକ ର ଗାଁ ମାନଙ୍କରେ କିନ୍ତୁ ବାଲ୍ୟ ବିବାହ ରୋକିବାରେ ରାମନାଗୁଡା ଶିଶୁ ବିକାଶ ବିଭାଗ ଅସମର୍ଥ ହୋଇଛି। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଅଧୀନସ୍ତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଭିନଵ ପଦକ୍ଷେପ ସଦୃଶ ସଚେତନତା କାର୍ଯ୍ୟକ୍ରମ ଚଳିତ ମାସ ୨୨ ତାରିଖ ରୁ ୩୦ ତାରିଖ ମଧ୍ୟରେ ଆୟୋଜନ କରାଯିବା ନେଇ ବାଲ୍ୟ ବିବାହ ନିରାକରଣ ନିମନ୍ତେ “ଶିଶୁ ପାଇଁ ଦିନଟିଏ । ଅଳ୍ପ ବୟସରେ କିଶୋରୀ ବାଳିକା ମାନେ ଭଲପାଇ ମାତୃତ୍ୱ ଲାଭ କରୁଛନ୍ତି ଓ କମ ବୟସରେ ବାହାଘର କରି ଦେଉଥିବାର ଦେଖିବାକୁ ମିଳୁଛି l ସେଥିପାଇଁ ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ଅନ୍ତର୍ଗତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଭିନଵ ପଦକ୍ଷେପ ସଦୃଶ ସଚେତନତା କାର୍ଯ୍ୟକ୍ରମ ୨୨/୦୫/୨୫ ତାରିଖରୁ ରାୟଗଡ଼ ବ୍ଲକ, ପୌର ପରିଷଦ ଓ କୋଳାନାରା ବ୍ଲକରେ ଅନୁଷ୍ଠିତ ହୋଇଥିଲା l ସେହିପରି ୨୩/୦୫/୨୫ରିଖରେ ଗୁଣୁପୁର ବ୍ଲକ, ଗୁଣୁପୁର ପୌର ପରିଷଦ ଓ ରାମନାଗୁଡ଼ା ବ୍ଲକରେ, ଆସନ୍ତା ତା ୨୬/୦୫/୨୫ରିଖରେ ମୁନିଗୁଡା, ବିଷମକଟକ ଓ ଚନ୍ଦ୍ରପୁର ବ୍ଲକ, ତା ୨୮/୦୫/୨୫ ରିଖରେ ଗୁଡ଼ାରୀ ବ୍ଲକ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ପରିଷଦ ଓ ପଦ୍ମପୁର ବ୍ଲକରେ ଏବଂ ତା ୩୦/୦୫/୨୫ କଲ୍ୟାଣ ସିଂପୁର ଏବଂ କାଶୀପୁର ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମରେ ଜାତି କୂଳ ସମାଜ କର୍ମକର୍ତ୍ତl,ଧାର୍ମିକ ସଂଘଠନର କର୍ମକର୍ତ୍ତା, ଟେଣ୍ଟ ହlଉସ ମାଲିକ ଆଦିକୁ ନେଇ ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ବିଜ୍ଞାପନ ଓ ଚିଠି ଜାରି କରିଥିବା ନିୟମ ଥିବା ବେଳେ ରାୟଗଡା ଜିଲ୍ଲା ରାମନାଗୁଡା ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ରେ ତାର ବିକଳ୍ପ ଚିତ୍ର ଦେଖିବାକୁ ମିଳିଛି।ଏଠି ପ୍ରଶ୍ନ ସୃଷ୍ଟି ହେଉଛି ଯେ ଶିଶୁ ବିକାଶ ର ପାରିବା ପଣିଆ କାଗଜ କଲମ ରେ ସୀମିତ କରିବା ସହ କିଛି ହାତ ଗଣତି ଅଧିକାରୀ, କର୍ମଚାରୀ ଏବଂ ବିଭାଗୀୟ କର୍ମଚାରୀ ମାନଙ୍କୁ ନେଇ ନିଜେ ନିଜେ ଫୋଟ ଉଠାଇ ଜିଲ୍ଲା ପ୍ରଶାସନ କୁ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଜଣେଇବା ସହ ଉପରଲିଖିତ କାର୍ଯ୍ୟକ୍ରମ ର ସଚେତନତା କରିଲୁ ବୋଲି ବାହା ବାହା ନେଉଛନ୍ତି।ଏହା ବୁଦ୍ଧିଜୀବୀ ମହଲରେ ଏବଂ ଜାତି କୂଳ ସମାଜ କର୍ମକର୍ତ୍ତା, ଧାର୍ମିକ ସଙ୍ଗଠନ କର୍ମକର୍ତ୍ତା,ଟେଣ୍ଟ ହାଉସ ମାଲିକ ଙ୍କୁ ପଚାରି ବୁଝିବାରୁ ସେମାନେ ଆମକୁ କୌଣସି ସୂଚନା ମିଳିନାହିଁ ବୋଲି କହିଛନ୍ତି।ଏହି ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ରାମନାଗୁଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅଞ୍ଜଳି ମହାପାତ୍ର ଙ୍କୁ ପଚାରିବାରୁ ଏହା ମୋର ପକ୍ଷରୁ ଭୁଲ ହୋଇଛି ମୁଁ କାର୍ଯ୍ୟ ବ୍ୟସ୍ତତା ରେ ଥିବାରୁ ଆମ ଅଫିସର କର୍ମଚାରୀ ଙ୍କୁ ଦାଇତ୍ୱ ଦେଇଥିଲି ସେ ସାମ୍ବାଦିକ ମାନଙ୍କୁ ଅଣଦେଖା କରି ଖବର ପ୍ରସାରଣ କରିବା ପାଇଁ କହିନଥିବାରୁ ମୁଁ ବହୁତ ଦୁଃଖିତ ବୋଲି କହିଥିଲେ।ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ରାମନାଗୁଡା ବ୍ଲକ ଅଧୀନରେ ଥିବା ଚାରୋଟି ସେକ୍ଟରରେ ଅଳ୍ପ ବୟସର କିଶୋରୀ ବାଳିକା ମାନେ ଭଲ ପାଇ ମାତୃତ୍ୱ ଲାଭ କରୁଥିବାର ଗନ୍ତାଘର ପାଲଟିଛି । ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖବର ପ୍ରସାରଣ ନିମନ୍ତେ ଜଣାଇ ନଥିବାରୁ ରାମନାଗୁଡା ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ମହଲରେ ଏହାକୁ ନାପସନ୍ଦ କରାଯାଇଛି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
