କାଦୋବାହାଲ, ଝରାପାଲି ଲାୟନ୍ସ କ୍ଲବ ତରଫରୁ ବିଶୁଦ୍ଧ ଥଣ୍ଡା ପାନୀୟ ପ୍ରକଲ୍ପ ଉଦଘାଟିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଂଚାୟତ ର ଖୁଣ୍ଟୁଲିପାଲି ଛକ ଠାରେ କାଦୋବାହାଲ, ଝରାପାଲି ଲାୟନ୍ସ କ୍ଲବ ତରଫରୁ କାଦୋବାହାଲ ଶାନ୍ତି ନର୍ସିଂହୋମ୍ ର ପ୍ରୋପାଇଟର ଡାଃ ଅରୁଣ ଶର୍ମା କଂ ସହାୟତା ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବର ଦ୍ଵିତୀୟ ଗଭର୍ଣ୍ଣର ଲାୟନ୍ସ ରନଜିତକୌର ହୁରା କରକମଳରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଗ୍ରୀଷ୍ମ ଋତୁରେ ପାନୀୟଜଳର ଅଭାବ ଯୋଗୁଁ ଜନସାଧାରଣ ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଏହା ରକ୍ଷଣାବେକ୍ଷଣ,ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣ କୁଂ ଅନୁରୋଧ କରିଥିଲେ। ଏଥିରେ ସମ୍ମାନିତ ଅତିଥି ରିଜନ ଚେୟାରପରଶନ ହିରାକୁଦ ଲାୟନ୍ସ ଉମାଶଙ୍କର ଗୌଡ। ଏଥିରେ ସଭାପତିତ୍ବ ଓ ପରିଚାଳନା କରିଥିଲେ, କାଦୋବାହାଲ, ଝରାପାଲି ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ସୁନୀଲ କୁମାର ଅଗ୍ରୱାଲ। ସେକ୍ରେଟାରୀ ଲାୟନ୍ସ ରଶ୍ମିରଞ୍ଜନ ପାଢ଼ୀ, କୋଷାଧ୍ୟକ୍ଷ ଲାୟନ୍ସ ରଜନୀ ପାଣିଗ୍ରାହୀ ସମେତ ଯୋଗେଶ ଶର୍ମା, ହିମାଂଶୁ ଭୂଷଣ ହୋତା, ସଂଜୀବ ମିଶ୍ର, ଜ୍ୟୋତି ବେହେରା ଓ ଉଦୟ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ। ପରିଶେଷରେ ଲାୟନ୍ସ ଡାଃ ଅରୁଣ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।


