ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ।============
ଆଜି ସାନ୍ ଆଣ୍ଡ ନୀଲ୍ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ରାଜା ସାହି କମୁନିଟି ହାଲ୍ ଠାରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି l ସାନ୍ ଆଣ୍ଡ ନିଲ ଫାଉ6ଣ୍ଡସନ ସଭାପତି ପି.ଧର୍ମା ରାଓ, ଏବଂ ନଳିନୀକାନ୍ତ ରାଉତ ଦୀପ ପ୍ରଜ୍ଵଳନ କରି ଶିବିର ଉଦଘାଟନ କରିଥିଲେ lଏହି ସ୍ୱାସ୍ଥ୍ୟ ସେବା ଶିବିରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ଵାରା ତାଙ୍କର କ୍ୟାମ୍ପ ଟିମ୍ ମାଧ୍ୟମରେ ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ମାଗଣା ଅପରେସନ ପାଇଁ ପରାମର୍ଶ ଦିଆଯାଇଥିଲା lଶିବିରରେ ଧର୍ମା ରାଓ ରକ୍ତ ଶର୍କରା ଓ ରକ୍ତ ଚାପ ପରୀକ୍ଷା କରିଥିବା ବେଳେ l ଡଃ ଦୀପକ ଦାସ ଅପ୍ଟିମେଟ୍ରିସିଆନ ଓ ମିଳି ମାଝୀ ସମସ୍ତଙ୍କୁ ପରୀକ୍ଷା କରିବା ସହ ଔଷଧ ପରାମର୍ଶ ଦେଇଥିଲେ l ଶିବିରରେ ଏସ ଚିଟ୍ଟୀ ବାବୁ, ଗଣେଶ ପାତ୍ର, ସମୀର, ଦଣ୍ଡ ସେଠି, ଗୋପାଳ ମିଶ୍ର ଓ ଅଛଲ ପାଣିଗ୍ରାହି ପ୍ରମୁଖ କର୍ମକର୍ତ୍ତା ଙ୍କ ସହଯୋଗରେ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମରେନିକଟସ୍ଥ ସାହି ବସ୍ତିରୁ ମୋଟ ୫୫ ଜଣ ରୋଗୀ ଯୋଗ ଶିବିରରେ ଯୋଗଦେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ l ୬ ଜଣଙ୍କୁ ପରଳ ଅସ୍ତ୍ରୋପଚାର ପାଇଁ ବସ୍ ରେ ଶଙ୍କର ଚକ୍ଷୁ ଚିକିତ୍ସା ଲୟ କୁ ନିଆଯାଇଥିଲl lପି. ଧର୍ମା ରାଓ ଓ ନଳିନୀ କାନ୍ତ ରାଉତ ଶିବିର ପରିଚାଳନା ରେ ସହଯୋଗ ସହଯୋଗ କରିଥିଲେ।
