ନାବାଳକ କୁ ମାରଣାନ୍ତକ ଆକ୍ରମଣ, ଦୁଇ ଯୁବକ ଗିରଫ।

ନାବାଳକ କୁ ମାରଣାନ୍ତକ ଆକ୍ରମଣ, ଦୁଇ ଯୁବକ ଗିରଫ।

ଗୋଳନ୍ଥରା ଥାନା ଅର୍ନ୍ତଗତ ସିଦ୍ଧ ଭୈରବୀ ପୀଠ ନିକଟସ୍ଥ ମନ୍ତ୍ରୀଡି ଗ୍ରାମରେ ସାମାନ୍ୟ କଥାକୁ ନେଇ ଜଣେ ନାବାଳକ ବଲ୍ ଖେଳୁଥିବା ବେଳେ ଉକ୍ତ ସାହିର ଗଣେଶ କର ନାମକ ଜଣେ ଯୁବକ ର ଗୋଡ଼କୁ ବାଜିଗଲା। ଯ’ଦ୍ଵାରା ଗଣେଶ ଉତ୍କ୍ଷିପ୍ତ ହୋଇ ଖେଳୁଥିବା ନାବାଳକ ନିର୍ଦ୍ଧୁମ ପିଟିଥିଲା। ଏହି ବିଷୟକୁ ନେଇ ନାବାଳକ ର ମାଁ ଓ ଖୁଡି ଯାଇ ପଚାରିବାରୁ ଗଣେଶ ଓ ତା’ର ଭାଇ ରଞ୍ଜନ ଠେଙ୍ଗା ଧରି ଆସି ଉକ୍ତ ନାବାଳକ କୁ ପୁଣି ରକ୍ତାକ୍ତ କରି ମାଡ଼ ମାରିଥିଲେ। ଘଟଣା କୁ ନେଇ ଛୁଆ ର ବାପା ନାରାୟଣ ଶତପଥୀ ଗୋଳନ୍ଥରା ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ଗତକାଲି ଉକ୍ତ ଦୁଇ ଅଭିଯୁକ୍ତ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *