ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଥୁଆପାଲି ବସଷ୍ଟାଣ୍ଡ ସମ୍ମୁଖରେ ଥିବା ରୁଦ୍ର କୁମାର ଦାଶ ପି ବ୍ରହ୍ମାନନ୍ଦ ଦାଶ କଂ ଦୋକାନ ର କାଠ କବାଟ ରେ ଦୃବର୍ତ୍ତମାନେ ତା୧୮,୫ ରବିବାର ରାତିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଆଜି ସକାଳେ ତା୧୯, ୫ ସୋମବାର ଦିନ ଦୋକାନ ଖୋଲିବା ଆସି ଦେଖିଲେ ଯେ ଦୋକାନ ପୋଡି ଧୂଆଁ ବାହାରୁଥିବା ଦେଖିଲେ ଯେ ଦୋକାନ ରେ ଥିବା ଖେଳଣା , ଷ୍ଟେସନାରୀ, ବହି, ଖାତା ସମସ୍ତ ସାମଗ୍ରୀ ପୋଡି ଥିବା ଦେଖିବାକୁ ମିଳିଥିଲା।ଯାହାର ଅନୁମାନିକ ମୂଲ୍ଯ ଟ ୪୦,୦୦୦(ଚାଳିଶ ହଜାର ଟଙ୍କା)। ଭେଡେନ ଥାନା କୁ ଫୋନ ଯୋଗ ଜଣାଇଥିଲେ, ଭେଡେନ ଥାନା ର ଅଫିସର ଇନ୍ଚାଜ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଓ ସାଇଟିଫିକ୍ ଟିମ ଡକାଇ ଘଟଣା ର ତଦନ୍ତ କରୁଛନ୍ତି।ଥୁଆପାଲି ଠାରେ ଅନେକ ଥର ଚୋରୀ ହେଲାଣି, ଚୋର ଧରାପଡୁ ନାହାନ୍ତିକି ଚୋରି ସାମଗ୍ରୀ ମିଳୁ ନାହିଁ ,ବର୍ଷ ବର୍ଷ ଧରି ଅନେକ ଦିନରୁ ଜନସାଧାରଣ ଏଠାରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ଫାଣ୍ଡି ହୋଇପାରୁନାହିଁ, ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏଠାରେ ଏକ ଫାଣ୍ଡି ପ୍ରତିଷ୍ଠା ଜନସାଧାରଣ ଙ୍କ ସୁବିଧା ଉପଲବ୍ଧ ହେବ ଓ ଚୋର ମାନଙ୍କ ପ୍ରାଦୁର୍ଭାବ କମିଯିବ।
