ଜାଙ୍ଗଡ଼ାପୋଦର କ୍ରିକେଟ ଟୁର୍ନାମେଣ୍ଟ ର ଚାମ୍ପିୟନ ପାଣିଛତ୍ର
ରାୟଗଡା : ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ଅନ୍ତର୍ଗତ ରେଖାପଦର ଗ୍ରାମପଞ୍ଚାୟତ ର ଜାଙ୍ଗଡାପଦର ଠାରେ ଅନୁଷ୍ଠିତ ଜାଙ୍ଗଡାପଦର କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଫାଇନେଲ ମେଚ ଆଜି 19/05/2025 ରେ ପୁଲ ବି ର ପାଣିଛତ୍ର ଓ ପୁଲ ଏ ର କାଲକାମସା ମଧ୍ୟ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ସୂଚନାଯୋଗ୍ୟଯେ ରେଖାପଦର ପଞ୍ଚାୟତ ର ବିଶିଷ୍ଟ ସମାଜ ସେବି ଆଦିବାସୀ ନେତା ତଥା ବିଜେପି ଦଳ ର ଦୃଢ ସଂଗଠକ ଲଷ୍ମୀ ମୋହନ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜାଙ୍ଗଡ଼ାପଦର କ୍ରିକେଟ ଟୁର୍ନାମେଣ୍ଟ ଗତ 25/04/2025 ରେ ପୁଲ ଏ ରୁ 12 ଗୋଟି ଓ ପୁଲ ବି ରୁ 12 ଗୋଟି ସର୍ବମୋଟ 24 ଦଳ କୁ ନେଇ ଟୁର୍ନାମେଣ୍ଟ ଆରମ୍ବ ହୋଇଥିଲା l ଉଦଘାଟନୀ ମେଚ 25/04 ରେ ଆରମ୍ଭ ହୋଇଥିବା ବେଳେ କ୍ୱାଟେର ଫାଇନେଲ 11/05 ଓ 12/05 ରେ ଅନୁଷ୍ଠିତ ହୋଇଥିବା ବେଳେ 13/05 ରେ ସେମିଫାନେଲ ଅନୁଷ୍ଠିତ ହୋଇଥିଲା ଏଥିରେ ପାଣିଛତ୍ର ଓ କାଲକମାସ ଫାଇନେଲ କୁ ଯିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ଆଜି 19/05 ସମବାର ଦିନ ଅନ୍ତିମ ଫାଇନେଲ ଖେଳ ଅନୁଷ୍ଠିତ ହୋଇଥିଲା ଏଥିରେ ପାଣିଛତ୍ର ବିଜେତା ହୋଇଥିବା ବେଳେ କାଲକାମାସ ଉପବିଜେତା ହୋଇଛନ୍ତି l ଟୁର୍ନାମେଣ୍ଟ ର ଆଜି ଅନ୍ତିମ ଦିନ ରେ ରାୟଗଡା ଟ୍ରକ ମାଲିକ ସଂଘ ର ସଭାପତି ତଥା ବରିଷ୍ଠ ବିଜେପି ନେତା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ମୁଖ୍ୟଅତିଥି ଭାବେ, ଅନ୍ୟତମ ଅତିଥି ଭାବେ କେ ସି ପଟ୍ଟନାୟକ, ମୁକୁନ୍ଦ ପୁର ମଣ୍ଡଳ ସଭାପତି ନାଲା, ଚକ୍ର ଧର ବିଡ଼ିକା ଯୋଗ ଯୋଗ ଦେଇଥିଲେ ଉଭୟ ବିଜେତା ଦଳ ପାଣିଛତ୍ର ଦଳ 20 ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳ କଲକମାସ କୁ ଟ୍ରଫି ସହିତ ନଗଦ ରାଶି 15 ହଜାର ଟଙ୍କା ପ୍ରଦାନ କରିଥିଲେ l ଫାଇନେଲ ଖେଳ ଦେଖିବା ସହିତ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ମୁଖ୍ୟ ଅତିଥି କୋଣ୍ଡା ବାବୁ ନିଜ ବକ୍ତବ୍ୟ ରେ କହିଥିଲେ ଜେ ଖେଳ ଆମ ସମସ୍ତ ଙ୍କୁ ଏକତା ରେ ବାନ୍ଧି ରଖୁଛି l ଖେଳ ପ୍ରତିଯୋଗିତା ହେଲେ ବିଭିନ୍ନ ଅଂଚଳ ରୁ ଖେଳାଳି ଭାଗନେଇଥାନ୍ତି ତହସହିତ ବହୁ ସଂଖ୍ୟା ରେ ଦର୍ଶକ ମାନେ ଉପସ୍ଥିତ ରୁହନ୍ତି ଯୋଦ୍ୱାରା ଆମ ମଧ୍ୟରେ ଭାଇଚାରା ବୃଦ୍ଧି ପାଏ ସମ୍ପର୍କ ବଢ଼େ କିଏ କାହାର ସମ୍ପର୍କ ନଥିଲେ ମଧ୍ୟ୍ୟ ଏକତା ବୃଦ୍ଧି ପାଏ l ଦରକାର ପୋଡିଲେ ଜଣେ ଅନ୍ୟ ଜଣ ଙ୍କ ସାହାଯ୍ୟରେ ଆସିଥାନ୍ତି l ଖେଳ ରେ ହାରଜିତ ଲାଗିଛି ଜଣେ ଜିତିବ ଜଣେ ହାରିବ ହାରିଲି ବୋଲି ଦୁଃଖ ନାହିଁ ହାର ପଛରେ ରହିଛି ଜିତ ଆଜି ହାରିଲେ କାଲିକି ଜିତିବା ଏଥିରେ ଦୁଖଃ କରିବା ର କିଛି ନାହିଁ l ବିଜେପି ସରକାର ଆସିବା ପରେ ଖେଳ କୁ ଅଧିକା ଗୁରୁତ୍ୱ ଦେଇଛନ୍ତି l ଖେଳାଳି ଙ୍କ ନିମନ୍ତେ ବହୁ ଯୋଜନା ମାନ କରିଛନ୍ତି ଏହାର ଫାଇଦା ଉଠାଇବା କୁ ଆମକୁ ପଡିବ lଖେଳ ର ଅନ୍ତିମ ଡିମ ବହୁ ସଂଖ୍ୟା ରେ ଜନସାଧାରଣ ଉପସ୍ଥିତ ରହିଖେଳ ଉପଭୋଗ କରିବା ସହିତ ଖେଳାଳି ଙ୍କୁ ଉତ୍ସାହିତ କରିବା ସହିତ ତାଙ୍କରି ମନ ବଢ଼ାଇଥିବାରୁ ଲଷ୍ମୀ ମୋହନପଟ୍ଟନାୟକ ,ଦିଲୀପ କୁମାର କୁମ୍ବ୍ରିକା, ଏ ପ୍ରସାଦ ରାଓ, ସିମାଞ୍ଚଳ ପଟ୍ଟନାୟକ, ଇଡି ଭାସ୍କର ନାଇଡ଼ୁ ଦର୍ଶକ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
