କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ଙ୍କ ମାତୃ ବିୟୋଗ
ରାୟଗଡା : କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ଙ୍କ ମାତୃ ବିୟୋଗ ହୋଇଯାଇଛି ଭଗବାନ କୃଷ୍ଣଙ୍କ ସେବାରେ ନିଜକୁ ବ୍ରତୀ କରିଥିବା ଧର୍ମ ପରାୟଣ ମହିଳା ରଜନୀଗନ୍ଦା ପଣ୍ଡାଙ୍କ ପରଲୋକ ଘଟିଛି।ରାୟଗଡ଼ ସହର ମିଶନ ବଙ୍ଗଳା ନିକଟସ୍ଥ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ତଥା ସ୍ବର୍ଗତ ନୃସିଂହ ନାଥ ପଣ୍ଡାଙ୍କ ଧର୍ମପତ୍ନୀ ରଜନୀଗନ୍ଦା ପଣ୍ଡା ୮୨ ବର୍ଷରେ ନିଜ ବାସଗୃହରେ ଶୁକ୍ରବାର ଦିନ ସକାଳୁ ୯ଘଣ୍ଟା ସମୟରେ ପରଲୋକ ଗମନ କରିଛନ୍ତି। ତାଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟବ୍ୟକ୍ତି ତାଙ୍କ ବାସଭବନରେ ଏବଂ ପୁରୀ ସ୍ବର୍ଗଦ୍ବାରରେ ଶେଷଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ସାନ ଦୁର୍ଗା ପ୍ରସାଦ ପଣ୍ଡା ମୁଖାଗ୍ନି ଦେଇଥିଲେ। ସାଂସଦ ସପ୍ତଗୀରି ଶଙ୍କର ଉଲ୍ଲାକା, ବିଧାୟକ କାଡ୍ରାକା ଆପୋଲସ୍ବାମୀ , ବିଷମକଟକ ନିଳମାଧବ ହିକକା, ଗୁଣପୁର ସତ୍ଯଜିତ ଗମାଙ୍ଗ ଏବଂ ବହୁ ମାନ୍ୟଗଣ୍ୟ ବ୍ଯକ୍ତି ଉପସ୍ଥିତ ଥିଲେ। ସମସ୍ତ ଶୁଦ୍ଧିକ୍ରିୟା ପୁରୀ ଠାରେ କରାଯିବା ର କାର୍ଯ୍ୟକ୍ରମ ରହିଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
