ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୧୭-୦୫-୨୦୨୫ରିଖ (ଶନି ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଫୁଲ୍ଲ ନାଏକ ଙ୍କ ଜନ୍ମ ଦିନ ଅବସର ରେ ଗୋବିନ୍ଦପୁର ର ପୁରୁଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୋବିନ୍ଦପୁର ଯୁବକ ସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ରାଜ୍ୟ ବିରୋଧୀଦଳ ଉପନେତା ତଥା ରେଢ଼ା ଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବରେ କଳ୍ପନା ମାଝୀ, ପୌର ପରିଷଦ ଅଧ୍ୟକ୍ଷ ବରଗଡ଼, ବରଗଡ ଜିଲ୍ଲା ବିଜେଡ଼ି ସଭାପତି ଜାପାନ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପା ଭୋଇ ,ପ୍ରଭାସିନୀ ପଧାନ, ସଂବଲପୁର ଜିଲ୍ଲା କୋପରେଟିଭ ବ୍ଯାଙ୍କ ସଭାପତି ନରେନ୍ଦ୍ର ପ୍ରଧାନ,ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ଵିନୀ ତ୍ରିପାଠୀ ବିଜେଡି ବରିଷ୍ଟ ନେତା ଗୌରହରି ମିଶ୍ର ,ପ୍ରଦ୍ୟୁମ୍ନ ତ୍ରୀପାଠୀ ଗୋବିନ୍ଦପୁର ଯୁବକ ସଂଘ ସଭାପତି ଉତ୍ତର ସାହୁ, ସଂପାଦକ ପିଣ୍ଟୁ ଦାଶ, ଅବସର ପ୍ରାପ୍ତ ଶିକ୍ଷକ କପିଲ ବାଗ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସର ରେ ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଜ ଜନ୍ମ ଦିନରେ ରକ୍ତଦାନ ଶିବିର ଆୟୋଜନ କରି ଏକ ନିଆରା ଢଙ୍ଗରେ ପାଳନ କରିଥିବାରୁ ଶ୍ରୀ ପ୍ରଫୁଲ୍ଲ ନାଏକ ଙ୍କୁ ଏକ ସ୍ମୃତି ଫଳକ, ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ନିଷ୍ଠା ପରିବାର ଦ୍ଵାରା ସମ୍ବର୍ଦ୍ଧିତ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଓ ଗୋବିନ୍ଦ ପୁର ଗ୍ରାମବାସୀ ବୃନ୍ଦ ମିଳିତ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

