ବ୍ରହ୍ମପୁର ରେ ଚିକିତ୍ସାଧୀନ ଅବସ୍ଥାରେ ବିଷ ସଂକ୍ରମିତ ଝିଅଟି ପରେ ଏବେ ବାପାର ମୃତ୍ୟୁ।
ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୫/୫/ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପାରଳା ସାହି ର ଏକ ଘଟଣାରେ ଆଜି ସହରରେ ଦୁଃଖର ଲହରୀ ଖେଳି ଯାଇଛି।ନିଜ ବାପା ନିଜର ଦୁଇ ସନ୍ତାନଙ୍କୁ ବିଷ ଦେଇ ନିଜେ ବିଷ ପି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ 6 ବର୍ଷୀୟ ପୁଅ ବିଜୟନନ୍ଦ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଥିଲା, ପରେ ବ୍ରହ୍ମପୁର ମେଡିକାଲ୍ ରେ ରାତ୍ର ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଏଗାର ବର୍ଷୀୟା ଝିଅ ପ୍ରିୟ ଦର୍ଶିନି ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ବିଷ ଦେଇଥିବା ବାପା ଶୁଭାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିବା ଆଜି ସକାଳ ଆଠଟା ବେଳେ ସୂଚନା ମିଳିଛି। ଗତ ପାଖାପାଖି ଦେଡ଼ ମାସ ତଳେ ସ୍ତ୍ରୀ ର ବିଷ ଦ୍ଵାରା ମୃତ୍ୟୁ ଘଟିଥିଲା। ବର୍ତ୍ତମାନ୍ କେଉଁ କାରଣରୁ ପରିବାର ଟି ମୃତ୍ୟୁ କୁ ଶ୍ରେୟ ମାନିଲେ ତାହାର ତଦନ୍ତ ନିତାନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।
