ଦିଗମ୍ବତ ସାମ୍ୱାଦିକ ରାଜୀବ ଲୋଚନ ଙ୍କ ପିତା ମାତା ଙ୍କୁ ପ୍ରେସ ୟୁନିଅନ ରାୟଗଡା ପକ୍ଷରୁ ଆର୍ଥିକ ସାହାଯ୍ୟ ପ୍ରଦାନ
ରାୟଗଡା : ରାୟଗଡ ପ୍ରେସ୍ ୟୁନିଅନ ର ଜଣେ ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକ ତଥା ସାହାଣ ମେଲା ଓଡ଼ିଆ ଖବର କାଗଜ ର ପ୍ରତିନିଧି ରାଜୀବ ଲୋଚନ ପଣ୍ଡା ଙ୍କ ମୃତ୍ୟୁ ର ଆଜି ଦ୍ୱାଦଶ ଦିନ l ଆଜିର ଏହି ଦିନ ରେ ସ୍ବର୍ଗତ ପଣ୍ଡା ଙ୍କ ନିଜ ଗ୍ରାମ ଖିଲିଙ୍ଗିରାଇ ଠାରେ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା l ଆଜିର ଏହି ଦିନ ରେ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ବର୍ଗତ ପଣ୍ଡା ଙ୍କ ଫୋଟୋ ଚିତ୍ର ରେ ପୁଷ୍ପାମାଲ୍ୟ କରିବା ସହିତ ପ୍ରସାଦ ସେବନ କରିଥିଲେ l ଏହି ପରିପେକ୍ଷ ରେ ପ୍ରେସ ୟୁନିଅନ ରାୟଗଡା ର ସଭାପତି ଅମୁଲ୍ୟ ସାହୁ ଙ୍କ ତତ୍ୱାବଧାନ ରେ ଏକ ବୈଠକ ବସୀ ସ୍ବର୍ଗତ ପଣ୍ଡା ଙ୍କ ପିତା ମାତା ଙ୍କୁ ୟୁନିଅନ ର ପ୍ରତ୍ୟକ ସଭ୍ୟ ନିଜ ନିଜ ର ସମର୍ଥ ଅନୁଯାଇ ସାହାଯ୍ୟ କରିବା ପାଇଁ ନିଷ୍ପତି ହୋଇଥିଲା l ଏହି ନିଷ୍ପତି ଅନୁଯାଇ ପ୍ରତ୍ୟକ ସଭ୍ୟ ସାହାଯ୍ୟର ହାତ ବଢ଼ାଇଥିଲେ l ସୁରେଶ ଚନ୍ଦ୍ର ଦାସ ଙ୍କ ଠାରେ ପ୍ରତ୍ୟକ ସଭ୍ୟ ଆର୍ଥିକ ରାଶି ପହଞ୍ଚାଇଥିଲେ l ଆଜି ୟୁନିଅନ ସଭାପତି ଅମୁଲ୍ୟ ସାହୁ ଙ୍କ ନେତୃତ୍ୱ ରେ ସାଧାରଣ ସମ୍ପାଦକ ଶିବାଜୀ ଦାସ,ସୁରେଶ ଚନ୍ଦ୍ର ଦାସ,ଜାଗୁଭାଇ ସୁଶାନ୍ତ ପ୍ରଧାନ, ନରେଶ ପାତ୍ର, ଅମୁଲ୍ୟ ନିଶଙ୍କ ଖିଲିଙ୍ଗି ରାଇ ଗ୍ରାମ କୁ ଯାଇ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସ୍ବର୍ଗତ ପଣ୍ଡା ଙ୍କ ବାପା ଉଦୟ ଚନ୍ଦ୍ର ପଣ୍ଡା ଓ ତାଙ୍କ ମା କୁ ୟୁନିଅନ ପକ୍ଷରୁ 40 ହଜାର ଟଙ୍କା ସଭାପତି ଅମୁଲ୍ୟ ସାହୁ, ସୁରେଶ ଦାସ, ଶିବାଜୀ ଦାସ ପ୍ରଦାନ ପ୍ରଦାନ କରିଥିଲେ ୟୁନିଅନ ର ବରିଷ୍ଠ ସାମ୍ବାଦିକ ସୁଶାନ୍ତ ପ୍ରଧାନ ଜାଗୁଭାଇ, ନରେଶ ପାତ୍ର ଅମୁଲ୍ୟ ନିଶଙ୍କ ଉପସ୍ଥିତ ଥିଲେ l ସ୍ବର୍ଗତ ପଣ୍ଡା ୟୁନିଅନ ପାଇଁ ବହୁତ କିଛି କରିଛନ୍ତି କିନ୍ତୁ ତାଙ୍କୁ ହରାଇ ଆମେ ଦୁଃଖିତ ସେଥିପାଇଁ କିଛିଟା ଆର୍ଥିକ ସହଯୋଗ କରିଲୁ ବୋଲି ସଭାପତି ସାହୁ କହିଛନ୍ତି l ସାହୁ ପୁଣି କହିଛନ୍ତି ଜେ ସ୍ୱର୍ଗତପଣ୍ଡା ଙ୍କ ପିତା ପୁତ୍ର ପାଇଁ ଘର ଦ୍ୱାରା ଜମିବାଡ଼ି ବିକ୍ରି କରି ସର୍ବସ୍ୱାନ୍ତ ହୋଇଯାଛନ୍ତି l ଜ଼ିଲ୍ଲାପାଳ ଙ୍କ ସହିତ ଆଲୋଚନା କରି ସରକାର ଙ୍କ କିଛି ନା କିଛି ଆର୍ଥିକ ସହଯୋଗ ପାଇଁ ଆଲୋଚନା କରିବୁ ବୋଲି ସାହୁ କହିଛନ୍ତି l ପ୍ରେସ ୟୁନିଅନ ପଣ୍ଡା ଙ୍କ ପାରିବାର ପଛରେ ଜାଗ୍ରତ ପ୍ରହରୀ ରୂପେ ରହିବ ବୋଲି ସାଧାରଣ ସମ୍ପାଦକ ଦାସ କହିଛନ୍ତିl ଦାସ ପୁଣି କହିଛନ୍ତି ଜେ ଏହି ୟୁନିଅନ ସାମ୍ବାଦିକ ଙ୍କ କିପରି ସରକାର ଙ୍କ ସୁବିଧା ପାଇପାରିବେ ସେଥିପାଇଁ କାମ କରିବା ସହିତ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ସହିତ ରକ୍ତଦାନ, ବୃକ୍ଷ ରୋପଣ ପରି କାର୍ଯ୍ୟକ୍ରମ କରିଆସୁଛୁ lସୂଚନା ଯୋଗ୍ୟଯେ ରାଜୀବ ଲୋଚନ ପଣ୍ଡା ମୃତ୍ୟୁ ବେଳକୁ ତାଙ୍କୁ ବୟସ ୫୦ ହେଇଥିଲା l ସେ ପଦ୍ମପୁର ନିକଟସ୍ଥ ରାମନାଗୁଡ଼ା ବ୍ଳକ ର ଖିଲିଙ୍ଗିରାଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପ୍ରାପ୍ତ ଖବର ରୁ ପ୍ରକାଶ ଶ୍ରୀ ପଣ୍ଡା ଗତ ଏପ୍ରିଲ 30 ତାରିଖ ରେ ନିଜ କାର ଯୋଗେ କୋଲନାରା ଯାଉଥିବା ବେଳେ ଚଳନ୍ତା ଗାଡି ରେ ଉଚ୍ଚ ରକ୍ତ ଚାପ ର ବଶବର୍ତ୍ତୀ ହୋଇ ଗାଡି ଟି ରାସ୍ତା ରୁ ତଳ କୁ ଖସି ପଡ଼ିଥିଲା ଓ ମୁଣ୍ଡ କୁ ଆଘାତ ଲାଗି ଥିଲା । ସମ୍ପର୍କୀୟ ଙ୍କ କହିବା ପ୍ରକାରେ ମସ୍ତିଷ୍କ ଭିତରେ ଏକ ସୁକ୍ଷ୍ମ ସ୍ନାୟୁ ତନ୍ତୁ ଫାଟି ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ହୋଇ ଥିଲା । ରାୟଗଡ ରେ ପ୍ରାଥମିକ ଉପଚାର ପରେ ସ୍ଥିତି ଜଟିଳ ହେବାରେ ଲାଗିଲା . ପରେ ଡାକ୍ତର ବାହାରକୁ ନେବାକୁ ପରାମର୍ଶ ଦେଇଥିଲେ । ଏହି କ୍ରମରେ ଶ୍ରୀ ପଣ୍ଡା ଙ୍କୁ ଭୁବନେଶ୍ବର ସ୍ଥିତ ମଣିପାଲ ମେଡିକାଲ କୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ତାଙ୍କ ର ଚିକିତ୍ସାଧୂନ ଅବସ୍ଥା ରେ କୌଣସି ଉନ୍ନତି ପରିଲକ୍ଷିତ ନ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହି ଖବର ପ୍ରସାରିତ ହେବାକ୍ଷଣେ ସାମ୍ବାଦିକଙ୍କ ମହଲ ରେ ଶୋକର ଛାୟା ଖେଳି ଯାଇଥିଲା | ଶ୍ରୀ ପଣ୍ଡା ରାୟଗଡ ପ୍ରେସ ୟୁନିଅନ ର ଜଣେ କର୍ମଠ ସଦସ୍ୟ ରହି ବିଭିନ୍ନ ପଦ ପଦବୀ ରେ ରହି ସୁନାମ ର ସହିତ କାର୍ଯ୍ୟ ତୁଲାଉ ଥିଲେ I ୟୁନିଅନ ତାର ଏକ ସଦସ୍ୟ ହରାଇ ଥିବା ଓ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତ ସଦସ୍ୟ ଦୁଃଖ ଭରା କଣ୍ଠ ରେ କହିଛନ୍ତି । ଶ୍ରୀ ପଣ୍ଡା ଏକ ମେଳାପୀ ଓ ସ୍ମିତ ହାସ୍ୟ ର ଅଧୂକାରୀ ସହିତ ସମସ୍ତ ଙ୍କ ର ପ୍ରିୟ ଭାଜନ ଥିଲେ । ତାଙ୍କ ଆମର ଆତ୍ମା ଶାନ୍ତି ପାଇଁ ସାମ୍ୱାଦିକ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଶେଷ ଦର୍ଶନ ସମୟ ରେ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି ରାଜୀବ ଙ୍କ ଘରେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଆତ୍ମା ର ସଦ୍ଗତି କାମନା କରିଥିଲେ .ଦୁଃଖରେ ଭାଙ୍ଗି ପଡିଥିବା ପରିବାରକୁ ଆଶ୍ୱାସନା ଦେଇଥିଲେ l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
