ଥୁଆପାଲି ବିଦ୍ୟୁତ ବିଭାଗ ଟାଟା ପାୱାର ଅଫିସ ପରିସରରେ ସେକ୍ସନ ଅଫିସର ସ୍ଵର୍ଗତ ପବିତ୍ର ପାଢୀ କଂ ଶୋକସଭା ଅନୁଷ୍ଠିତ ହୋଇଯାଇଛି।

ଥୁଆପାଲି ବିଦ୍ୟୁତ ବିଭାଗ ଟାଟା ପାୱାର ଅଫିସ ପରିସରରେ ସେକ୍ସନ ଅଫିସର ସ୍ଵର୍ଗତ ପବିତ୍ର ପାଢୀ କଂ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ବିଦ୍ୟୁତ ବିଭାଗର ସବଷ୍ଟେସନ ଟାଟା ପାୱାର ଅଫିସ ପରିସରରେ ଥୁଆପାଲି ସେକ୍ସନ ଅଫିସର ସ୍ଵର୍ଗତ ପବିତ୍ର ଟ ପାଢୀ କଂ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା। ଥୁଆପାଲି ବିଦ୍ୟୁତ ବିଭାଗର ବାଣିଜ୍ୟିକ ଇଂଜିନିୟର ଆଶୁତୋଷ ସେଠୀ କଂ ପରାମର୍ଶ କ୍ରମେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଏହି ସମୟରେ ଅଂଚଳ ର ସମସ୍ତ ବିଦ୍ୟୁତ କର୍ମଚାରୀ ମାନେ ଯୋଗ ଦେଇଥିଲେ। ପ୍ରଥମେ ସ୍ଵର୍ଗତ ପାଢୀ ବାବୁ ଫଟୋ ଚିତ୍ର ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ସ୍ଵର୍ଗତ ପାଢ଼ୀ କଂ କର୍ମମୟ ଜୀବନ କାହାଣୀ ମନେପକାଇ କର୍ମଚାରୀ ମାନେ ସ୍ଵ ସ୍ଵ ବକ୍ତବ୍ୟ ରଖିଥିଲେ।ତାଂକର ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ତାଙ୍କର ଆତ୍ମା ଶାନ୍ତି ମିଳିବ ମତ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *