ମନ୍ଦିରରେ ପୂଜା କରୁଥିବାବେଳେ ଅତର୍କିତ ଆକ୍ରମଣ କଲା ବାଘୁଆ ମହୁମାଛି l

ମନ୍ଦିରରେ ପୂଜା କରୁଥିବାବେଳେ ଅତର୍କିତ ଆକ୍ରମଣ କଲା ବାଘୁଆ ମହୁମାଛି l

ଆର,ଉଦୟଗିରି(ମନୋଜ କୁମାର ପାଢୀ)୧୫/୫/ – ବାଘୁଆ ମହୁମାଛି ଆକ୍ରମଣରେ 7 ରୁ ଉର୍ଦ୍ଧ ଗୁରୁତର l ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଠାରେ l ଆଜି ପବିତ୍ର ବୃଷ ସଂକ୍ରାନ୍ତି ସେହି ପରିପେକ୍ଷୀରେ ଗ୍ରାମର ଅନେକ ଶ୍ରଦ୍ଧାଳୁ ନିକଟସ୍ଥ ଶିବ ମନ୍ଦିରକୁ ଯାଇଥିଲେ l ତେବେ ପୂଜା କରୁ କରୁ ହଟାତ ଶିବ ମନ୍ଦିର ନିକଟ ଏକ ଗଛରୁ ବାଘୁଆ ମହୁମାଛି ମାନେ ଅତର୍କିତ ଆକ୍ରମଣ କରିଥିଲେ l ଯାହା ଫଳରେ ଘଟଣା ସ୍ଥଳରୁ ଲୋକ ମାନେ ଦୌଡ଼ ପଳାଇଥିଲେ l 7 ରୁ ଉର୍ଦ୍ଧ ଲୋକ ବର୍ତମାନ ଆହତ ହୋଇ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହେଇଛନ୍ତି l ସମସ୍ତଙ୍କୁ ପ୍ରାଥମିକ ତଦନ୍ତ କରି ଘରକୁ ପଠାଯାଇଥିବା ନେଇ ଡ଼କ୍ଟର ଗିରିଜା ଶଙ୍କର ନାୟକ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *