ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ପବିତ୍ର ମୋହନ ପାଢୀ କଂ ବୁଲେଟ (ବାଇକ) ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି।
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ପବିତ୍ର ମୋହନ କଂ ଭୁବନେଶ୍ବର ଘରୋଇ ଡାକ୍ତରଖାନା ରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ଗତ ତାରିଖ ୧୩,୫, ୨୫ ଦିନ ସକାଳେ ମର୍ଣ୍ଣିଂ ୱାକ୍ ଯାଇଥିଲେ, ତାଂକର ପଛପଟୁ ଏକ ବୁଲେଟ ବାଇକ ଅତାବିରା ଲାଦେରପାଲି ନିକଟରେ ଶ୍ରୀ ପାଢୀ ବାବୁ କୁଂ ଧକ୍କା ଦେଇଥିଲା ।ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ପଛରେ ବିଧବା ପତ୍ନୀ ହରିତା ପାଢ଼ୀ, ପୁଅ ପ୍ରିତମ ୧୪ବର୍ଷ, ଝିଅ ପ୍ରିୟାଂଶି ୮ବର୍ଷ ଛାଡି ଯାଇଛନ୍ତି। ସ୍ଵର୍ଗତ ପାଢୀ ମେଳାପୀ, ପରୋପକାରୀ, ସ୍ଵଷ୍ଟବାଦୀ ଅଫିସର ଜନସାଧାରଣ ସୁବିଧା ଓ ଅସୁବିଧା ବୁଝୁଥିଲେ। ସେ ଲଇଡା ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ଥିଲେ, ଗତ ୭/୮ ବର୍ଷ ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ଦାଇତ୍ବ ତୁଲାଇ ଆସୁଥିଲେ। ସ୍ଵର୍ଗତ ପାଢୀ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ନିଜ ଘର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ତଲିବାହାଲ ଗ୍ରାମରେ ତାଙ୍କର ଆତ୍ମିୟ ସ୍ଵଜନ, ବନ୍ଧୁ ବାନ୍ଧବ ମାନେ ଶବ ସତ୍କାର ତାଙ୍କର ଗ୍ରାମକୁ ନେଇଛନ୍ତି। ଶ୍ରୀ ପାଢୀ ବାବୁ ବିୟୋଗରେ ଥୁଆପାଲି ବିଦ୍ୟୁତ ବିଭାଗର କମର୍ସିଆଲ ଜେଇ ଆଶୁତୋଷ ସେଠୀ ଓ ବିଦ୍ୟୁତ ବିଭାଗ ର ସମସ୍ତ କର୍ମଚାରୀ, ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
