ହିଞ୍ଜିଳି ପୋଲିସ ର ଚଢ଼ାଉ,ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ, ବହୁ ମାରଣାସ୍ତ୍ର ଜବତ।
ଗଞ୍ଜାମ ଜିଲ୍ଲା ଏସ୍ ପି ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶନାରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ, ଏସ୍ ଆଇ ସିଦ୍ଧାର୍ଥ ଶଙ୍କର ଯେନା ଓ ଅନ୍ୟାନ୍ୟ କର୍ମଚାରୀ ନିକଟସ୍ଥ ବି ନୁଆଁପଲୀ ଯାତ୍ରୀ ବିଶ୍ରାମାଗାର ଉପରେ ଅଚାନକ ଚଢ଼ାଉ ଫଳରେ ୫ ଜଣ ଅଭିଯୁକ୍ତ ହିଞ୍ଜିଳି ଥାନା ଅଞ୍ଚଳର ଚିଣ୍ଟୁ ଦାସ, ହୀନ ସାମଲ, ବେଲଗାଁ ଥାନା ପଳାସୀ ଗ୍ରାମର ରାଜା ଗୌଡ, ଗାଙ୍ଗପୁର ଥାନା ନିମିନା ଗ୍ରାମର ରାକେଶ ମହାପାତ୍ର ଓ ଧରାକୋଟ ଥାନା ଅର୍ନ୍ତଗତ ଢଉଗାଁ ଅଞ୍ଚଳର ଗୋବିନ୍ଦ ବେହେରା ପ୍ରମୁଖ ଙ୍କୁ କାବୁ କରି ଉଠାଇ ଆଣି ଥାନା ରେ ଯେରା କରିଥିଲେ ଓ ସେମାନେ ପିତ୍ତଳ ଛକରେ ଥିବା ଏଟିଏମ୍ କାଉଣ୍ଟର ଭାଙ୍ଗି ଲୁଟ୍ ଉଦ୍ୟମ ପାଇଁ ପ୍ରସ୍ତୁତି ହେଉଥିବା ପ୍ରକାଶ କରିଥିଲେ। ସେମାନଙ୍କ ଠାରୁ ଗୋଟିଏ ମୋଟରସାଇକେଲ, ଦୁଇଟି ବନ୍ଧୁକ,୩ ଟି ଜୀବନ୍ତ ଗୁଳି,କାତି, ଖଣ୍ଡା,ସାବଳ,ହାତୁଡି ଓ କଳାମୁଖା ସମେତ ବିଭିନ୍ନ ଜିନିଷ ଜବତ କରି ଏକ ମାମଲା ନଂ ୩୯୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

