ସରକାରୀ ସହାୟତା ପାଇଁ ନିୟମଗିରି ମେର୍ଚାଂଟ ଆସୋସିଏସନର ଦାବିଜିଲାପାଳଙ୍କୁ ସହଯୋଗ ପାଇଁ ଅନୁରୋଧ
ରାୟଗଡ଼ା- ବିଷମକଟକ ବ୍ଲକ ଅର୍ନ୍ତଗତ ଚାଟିକଣା ସ୍ଥିତ ରେଳ ଷ୍ଟେସନ ନିକଟବର୍ତି ଜମିରେ ଦୀର୍ଘ ଦିନରୁ ଦୋକାନ କରି ବ୍ୟବସାୟ କରୁଛନ୍ତି ଛୋଟ ବେପାରୀ । ହେଲେ ଉକ୍ତ ଜମି ରେଲୱେ ବିଭାଗର ହୋଇଥିବାରୁ ତାହାକୁ ଖାଲି କରିବାକୁ ନୋଟିସ ଜାରି କରିଛି ରେଳ ବିଭାଗ । ତେଣୁ ଏନେଇ ନିୟମଗିରି ମେର୍ଚାଂଟ ଆସୋସିଏସନ ବୁଧବାର ରାୟଗଡ଼ା ଆସି ଜିଲାପାଳଙ୍କୁ ଏନେଇ ପଦକ୍ଷେପ ଗ୍ରହଣ କରିବା ସହିତ ବ୍ୟବସାୟ କରିବା ପାଇଁ ସରକାରୀ ଜମି ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ବୁଧବାର ଭାଜପା ନେତା ଶିବଶଙ୍କର ଉଲାକା ଓ ଯୁବନେତା ଦେବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଆସୋସିଏସନ କର୍ମକର୍ତାମାନେ ଜିଲାପାଳ ପାରୁଲ ପଟାୱରିଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ସେମାନଙ୍କ କହିବାନୁସାରେ ସେମାନଙ୍କ ପୂର୍ବ ପୁରୁଷ ଦୀର୍ଘ ବର୍ଷ ଧରି ପିଢ଼ି ପରେ ପିଢ଼ି ସେଠାରେ ବ୍ୟବସାୟ କରୁଛନ୍ତି । ତେବେ ରେଲୱେ ଜମି ହୋଇଥିବାରୁ ବର୍ତମାନ ରେଳ ବିଭାଗ ସେଠାରୁ ଉଠିଯିବାକୁ ନୋଟିସ ଜାରି କରିଛି । ହେଲେ ଅଂଚଳବାସୀଙ୍କ କହିବାନୁସାରେ ଆମେ ଅଂଚଳର ବିକାଶରେ ସହଯୋଗ ପାଇଁ ପ୍ରସ୍ତୁତ ଅଛୁ । ତେବେ ଆମ୍ଭମାନଙ୍କୁ ବ୍ୟବସାୟ କରିବା ପାଇଁ ରେଲୱେ ଅଥବା ସରକାରୀ ଜମି ଯୋଗାଇଦେଲେ ସୁବିଧାରେ ବ୍ୟବସାୟ କରିପାରିବେ ବୋଲି କହିଛନ୍ତି । ଦାବି ପତ୍ର ପାଇବା ପରେ ଜିଲାପାଳ ପାରୁଲ ରେଲୱେ ବିଭାଗ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ।ରାୟଗଡା ରୁ ଅମୁଲ୍ୟ. ନିଶଙ୍କ ଙ୍କ ରିପୋର୍ଟ
