ବିସ୍ଥାପିତ ପରିବାର ମହିଳା ସଦସ୍ୟଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ

ବିସ୍ଥାପିତ ପରିବାର ମହିଳା ସଦସ୍ୟଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ

ରାୟଗଡା, ୧୪/୫; ରାୟଗଡ଼ା ଜିଲ୍ଲା ଟିକିରି ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ଆଜି ସ୍ଥାନୀୟ ନୂଆପଡା ଠାରେ ଫିନାଇଲ ତିଆରି ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ସିଇଓ ସୌରଭ ଖେଡ଼କର, କ୍ଲଷ୍ଟର ମାନବ ସମ୍ବଳ ମୁଖ୍ୟ ଡ଼. କ୍ରୀଷ୍ଣା ପାଢ଼ୀ ଓ କାରଖାନା ମୁଖ୍ୟ ରବି ନାରାୟଣ ମିଶ୍ର ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଉତ୍କଳ ଆଲୁମିନା ପକ୍ଷରୁ ଏହି ଫିନାଇଲ ତିଆରି ୟୁନିଟ ସ୍ଥାପନ ହୋଇଥିବାବେଳେ ଏହାଦ୍ୱାରା କମ୍ପାନୀ ତରଫରୁ ଆର୍ ଆର ୧ କଲୋନୀର ୭୪ ଜଣ ବିସ୍ଥାପିତ ପରିବାରର ମହିଳା ସଦସ୍ୟଙ୍କୁ ଆର୍ଥିକ ସ୍ୱାବଲମ୍ବୀ ହେବା ନିମନ୍ତେ ତାଲିମ ପ୍ରଦାନ ଆରମ୍ଭ କରାଯଇଅଛି । କମ୍ପାନୀ ତରଫରୁ ସମସ୍ତ ବିସ୍ଥାପିତ ପରିବାରର ମହିଳା ସଦସ୍ୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଆନୁସଙ୍ଗିକ ସୁବିଧା ଯୋଗାଇଥିବା ବେଳେ ମହିଳାଙ୍କୁ ଫିନାଇଲ ତିଆରି ନେଇ କୌଶଳ ପ୍ରଦାନ ମଧ୍ୟ କରାଯାଇଛି । ଏଥିସହିତ ତିଆରି ହୋଇଥିବା ଫିନାଇଲକୁ ସ୍ଥାନୀୟ ବଜାରରେ ବିକ୍ରୟ ସକାଶେ କମ୍ପାନୀ ତରଫରୁ ସମସ୍ତ ସୁଯୋଗ ପ୍ରଦାନ କରାଯିବ ନେଇ ବ୍ୟବସ୍ଥା ହୋଇଛି । ମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ କମ୍ପାନୀ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଫିନାଇଲ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରଶିକ୍ଷକ ସନ୍ତୋଷ କୁମାର ନନ୍ଦଙ୍କୁ ନିୟୋଜିତ କରାଯାଇଛି । ଉକ୍ତ ଆର ଓ ଆର କଲୋନୀ ମହିଳାଙ୍କ ମଧ୍ୟରେ ଫିନାଇଲ ତିଆରି ପ୍ରଶିକ୍ଷଣକୁ ନେଇ ପ୍ରଚୁର ଆଗ୍ରହ ପରିଲିକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ମହିଳା ମାନେ ଉତ୍ସାହ ସହକାରେ ଯୋଗ ଦେଇ ଫିନାଇଲ ପ୍ରସ୍ତୁତି କାର୍ଯ୍ୟରେ ଅଂଶ ଗ୍ରହଣ କରିଥିବା ବେଳେ ଦୈନିକ ୫୦୦ ଲିଟରରୁ ଉର୍ଧ ପରିମାଣର ଫିନାଇଲ ତିଆରି ପାଇଁ ଲକ୍ଷ ଧାର୍ଯ୍ୟ କରାଯଇଛି । ସମ୍ପ୍ରତି କମ୍ପନୀ ପକ୍ଷରୁ ମହିଳାଙ୍କୁ ଏଭଳି ଆତ୍ମନିର୍ଭଶୀଳ ସକାଶେ ପଦକ୍ଷେପ ଗ୍ରହଣ କରିଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କାରଖାନା ଆର୍ଥ ବିଭାଗ ମୁଖ୍ୟ ଭାସ୍କର ବାନେରଜୀ, ମାନବ ସମ୍ବଳ ପ୍ରମୁଖ ବିଜୟ କୁମୁରା, ସିଏସଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର, ଆଇଆର ମୁଖ୍ୟ କିରଣ ନାୟକ ଓ କର୍ପୋରେଟ ଆଫଏର, ଲୋକ ସମ୍ପର୍କ ବିଭାଗ ସାଧାରଣ ପରିଚାଳକ ପିତାମ୍ବର ବେହେରା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଏସଏଚଏମ ଆର ଓ ଆର ବିଭାଗୀୟ ମୁଖ୍ୟ ବେଲକର ନାଏକଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ବିଭାଗର ଅନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *