ପାନୀୟଜଳ ଅଭାବରୁ ଜାତୀୟରାଜପଥ ଅବରୋଧ କଲେ ଗ୍ରାମବାସୀ l
ଆର, ଉଦୟଗିରି(ମନୋଜ କୁମାର ପାଢୀ/୧୪/୫/ – ସରକାର ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମାଞ୍ଚଳ ମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଥିବା ବେଳେ ଗଜପତି ଜିଲ୍ଲା ଆର -ଉଦୟଗିରି ଠାରେ ମହିଳାମାନେ ପାନୀୟଜଳ ଅଭାବରୁ ଗାଡି ମଟର ଅବରୋଧ କରିଛନ୍ତି l ଯାହାଫଳରେ ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡିକୁ ସଂଲଘ୍ନ କରୁଥିବା 326 ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ ଭାବେ ଠପ ହେଇପଡ଼ିଛି l ସୂଚନା ପ୍ରକାରେ ଏଠାରେ ଦୀର୍ଘ 5ରୁ 6 ମାସ ହେବ ପିଇବା ପାଇଁ ଜଳ ସଙ୍କଟ ଦେଖା ଦେଇଛି l ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନକୁ ଅବଗତ କଲେ ମଧ୍ୟ କୌଣସି ପ୍ରକାର ସ୍ଥାୟୀ ସମାଧାନ ହେଇପାରନାହିଁ l ଯାହା ଫଳରେ ଆଜି ଆର -ଉଦୟଗିରିର ଶତାଧିକା ମହିଳା ଓ ପୁରୁଷ ଏକତ୍ରିତ ହୋଇ ଦୀର୍ଘ 3ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ l ଏବଂ ପରେ ବ୍ଲକ ପ୍ରଶାସନ,ପାନୀୟଜଳ ଯୋଗାଣ ଅଧିକାରୀ ଓ ପୋଲିସ ପ୍ରଶାସନର ପୂରଣା ମଟର ବାହର କରି ନୂତନ ମଟର ଲଗାଇବା, ତଳ ଲୋକେ ମଟର ବ୍ୟବହାର କରିବା ଯୋଗୁଁ ଉପର ଲୋକଙ୍କୁ ପାଣି ଆସୁନି ସେଥିଯୋଗୁ ଗ୍ରାମରେ ପାଣି ଛାଡିବା ସମୟରେ ବିଦ୍ୟୁତ ବିଭାଗର ଉଚ ଅଧିକାରୀ ସହ କଥାହୋଇ ବିଦ୍ୟୁତ କାଟି ଗ୍ରାମକୁ ପାଣି ଛଡାଯିବ, ପାଣି ବ୍ୟବହାରି ମାନଙ୍କ ଠାରୁ ଟିକସ ଆଦାୟ କରିଥିବା ସହ ପୁଲିସ, ତହସିଦାର , ବିଡିଓ ଓ ଜଳ ଯୋଗାଣ ଅଧିକାରୀ ସାହିର ଘର ମଟର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ମଟର ବାହର କରାଯିବ ସହ ଟେଙ୍କର ଦ୍ବାରା ପାଣି ଯୋଗାଯିବ ବୋଲି ପ୍ରତିଶୃତି ପରେ ଦୀଘ୍ର ୫ ଘଣ୍ଟା ରାସ୍ତା ଅବରୋଧ ହଟିଥିଲା । ଏହି ରାସ୍ତା ଅବରୋଧ ଯୋଗୁଁ ପାରଳାଖେମଣ୍ଡି, ମୋହନା ଓ ବ୍ରହ୍ମପୁର ସବ୍ ଯାତ୍ରିମାନେ ବହୁ ସମୟ ହଟହଟା ହୋଇଥିଲେ । ପ୍ରତିଶୃତିପରେ ରାସ୍ତାରୁ ହଟିଥିଲେ ଲୋକେ l କିନ୍ତୁ ଯଥା ଶୀଘ୍ର ଯଦି ପ୍ରଶାସନ ସମସ୍ୟାର ସମାଧାନ ନକରନ୍ତି ତାହେଲେ ଆଗାମୀ ଦିନରେ ପୁଣି ଧାରଣାରେ ବସିବେ ବୋଲି ଲୋକେ କହିଛନ୍ତି ।
