ସେମିଳିଗୁଡାରେ ବିଜେପି ସାଂଗଠନିକ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ସେମିଳିଗୁଡା.ତାରିଖ ୧୩,୫,୨୦୨୫,….ବିଜେପିର ରାଜ୍ଯ ସାଂଗଠନିକ ମନ୍ତ୍ରୀ ତଥା ଉପ ସଭାପତି ମାନସ କୁମାର ମହାନ୍ତି କୋରାପୁଟ ଜିଲ୍ଲାକୁ ତିନିଦିନିଆ ଗସ୍ତରେ ଆସି ସେମିଳିଗୁଡାର ଆପଲଭିଲ୍ଲା ହୋଟେଲରେ ମଣ୍ଡଳ କର୍ମକର୍ତ୍ତା ଓ ଅନ୍ଯାନ୍ଯ କର୍ମକର୍ତ୍ତାଙ୍କ ବୈଠକରେ ଯୋଗ ଦେଇଥିଲେ।କର୍ମକର୍ତ୍ତାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା କିପରି ଲୋକମାନଙ୍କ ପାଖରେ ପହଞ୍ଚିବ, ଆସନ୍ତା ପଂଚାୟତ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବାପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ଯ କରିବାପାଇଁ ସେ ପରାମର୍ଶ ଦେଇଥିଲେ।ଶ୍ରୀଯୁକ୍ତ ମହାନ୍ତିଙ୍କ ସହ ରାଜ୍ଯ ସଂପାଦିକା ପୂର୍ଣିମା ନାୟକ, ଜିଲ୍ଲା ସଭାପତି ଶିବ ମୁଦୁଲୀ,ଏଡିଆର ତ୍ରିନାଥ ପଣ୍ଡା,କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଂଗୀ ବିଧାୟକ ପ୍ରାର୍ଥୀ ଚୈତନ୍ଯ ନନ୍ଦିବାଲୀ,ପୂର୍ବତନ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଯୋଗଦେଇ ବିଭିନ୍ନ ସାଂଗଠନିକ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ବରିଷ୍ଠ ନେତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର,ଜୟରାମ ଗରଡା,ସୁନୀଲ ଅଗ୍ରୱାଲ, ରାଜ କିଶୋର ନାୟକ,ଚୈତନ୍ଯ ହନ୍ତାଳ , ମହାନ୍ତି,ନିରଂଜନ ଖିଲ, ଅଶ୍ବିନୀ କୁମାର ଜେନା,ଗଜେନ୍ଦ୍ର ପାଣିଗ୍ରାହୀ,ଟୁନା ଖରା ,ଅମର ନାୟକ, ସ୍ବସ୍ତିିକ ମିଶ୍ର, ବିଜୟ ଖିଲ,ଦାସୀ ନନ୍ଦିବାଲୀ ,ଦେବେନ୍ଦ୍ର ଖିଲ ପ୍ରମୁଖ ଯୋଗଦେଇ ଥିଲେ।
