ଗଞ୍ଜାମ ପୋଲିସ କୁ ପୁଣି ମିଳିଛି ବଡ ସଫଳତା।
ଗତ କିଛି ମାସ ହେଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିକୁ ନେଇ ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ି ଯାଇଥିଲା। ଏହି ଭଳି ପରିସ୍ଥିତିରେ ପ୍ରଶାସନ ର ଦୃଢ଼ ଇଚ୍ଛାଶକ୍ତି ବଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଦୁଇ ଥର ବହୁ ଦୁର୍ଦ୍ଦାନ୍ତ ଅପରାଧୀ ମାନଙ୍କୁ ଗିରଫ କରିବା ସହ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଛି। ମାତ୍ର କିଛି ଦିନ ଅନ୍ତରରେ ପୁଣି ଗଞ୍ଜାମ ଜିଲ୍ଲା ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି। ଯାହାକି ଆଜି ବ୍ରହ୍ମପୁର ଆଇ ଜି ନୀତି ଶେଖର ଏକ ସାମ୍ବାଦିକ ସମ୍ମୀଳନୀରେ ଗଞ୍ଜାମ ଏସ୍ ପି ଶୁଭେନ୍ଦୁ ପାତ୍ର, ଆସ୍କା ଏସ୍ ଡି ପି ଓ ସନ୍ତୋଷ କୁମାର ଯେନା ଙ୍କ ସମେତ ଆସ୍କା, ପୋଲସରା, କବିସୂର୍ଯ୍ୟ ନଗର ଓ କୋଟିନୋଡା ଥାନା ଅଧିକାରୀ ଙ୍କ ଉପସ୍ଥିତିରେ ବିବୃତି ରଖିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସେ ପ୍ରକାଶ କରିଛନ୍ତି ୨୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କ ସହ ୮ ଟି ବନ୍ଧୁକ,୩୨ ଟି ଜୀବନ୍ତ ଗୁଳି ବହୁ ପରିମାଣର ମାଗାଜିନ୍ ଓ ମୋବାଇଲ ଫୋନ ଜବତ କରି ବିଭିନ୍ନ ସ୍ଥାନରେ ଅପରାଧ ଘଟାଇଥିବା ଅପରାଧୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଯ’ଦ୍ଵାରା ଉକ୍ତ ସମସ୍ତ ଅଞ୍ଚଳର ସାଧାରଣ ଜନତା ପୋଲିସ ପ୍ରଶାସନର ଏହି ଭଳି ପଦକ୍ଷେପ କୁ ପ୍ରଶଂସା କରୁଛନ୍ତି।

