୪୩ ଡିଗ୍ରୀ ତାପମାତ୍ରା ରେ ସହଯୋଗ ଫାଉଣ୍ଡେସନ ଦ୍ୱାରା ୫୦ ୟୁନିଟ ରକ୍ତ ସଂଗ୍ରହ

୪୩ ଡିଗ୍ରୀ ତାପମାତ୍ରା ରେ ସହଯୋଗ ଫାଉଣ୍ଡେସନ ଦ୍ୱାରା ୫୦ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗୀର, ୧୦ ମେ:ବଲାଙ୍ଗୀର ର ଅଗ୍ରଣୀ ସାମାଜିକ ସଂସ୍ଥା ସହଯୋଗ ଫାଉଣ୍ଡେସନ ତାଙ୍କ ସେବା ମନୋଭାବକୁ ପୁଣିଥରେ ପ୍ରମାଣିତ କରିଛନ୍ତି। ୧୦ ମେ ୨୦୨୫ ରେ ୪୩ ଡିଗ୍ରୀ ତାପମାତ୍ରା ରେ ଏକ ବୃହତ ରକ୍ତଦାନ ଶିବିର ଆୟୋଜିତ କରି ୫୦ ଇୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।ଶ୍ରୀ ପବିତ୍ର ବେହେରା,ବଲାଙ୍ଗୀର ଅତିରିକ୍ତ କଲେକ୍ଟର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଜୁନିଅର ରେଡକ୍ରସ୍ ଅଫିସର ଶ୍ରୀ ରବିଚନ୍ଦ୍ର ପଞ୍ଚାୟତ ଏବଂ ବ୍ଲଡ୍ ହିରୋ ଶ୍ରୀ ପ୍ରଭାକର ଛନ୍ଦ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି କ୍ୟାମ୍ପ ଫେଡେରେସନ୍ ଅଫ୍ ବ୍ଲଡ୍ ଡୋନର୍ ସଂସ୍ଥା ଓଡ଼ିଶା ଙ୍କ ସମର୍ଥନରେ ଆୟୋଜିତ ହୋଇଥିଲା।ଏହି ସଫଳ ଅଭିଯାନ ପଛରେ ଥିଲେ ଶ୍ରୀ ରାମନାରାୟଣ ଦାସ, ଶ୍ରୀ ସୁଦୀପ୍ତ ତ୍ରିପାଠୀ, ମଗନ ଭାଇ ପଟେଲ, ରାଜେଶ ଲାଖାନି , ତୋଫାନ ପାତ୍ର, ଅର୍ତତ୍ରାଣ ପାଢି, ସୋନୁ ମାଖିଜା, ପ୍ରଭାତ ଶ୍ରୀବାସ୍ତବ, ସନ୍ତୋଷ ଲାଲ୍, ସୁନୀତା ଅଗ୍ରୱାଲ, ପବନ ବଂଶଲ ଏବଂ ଲିଲାମୟା ସାହୁ ଙ୍କ ନିଷ୍ଠାପୂର୍ଣ୍ଣ ସେବା।ସହଯୋଗ ଫାଉଣ୍ଡେସନର ସମ୍ପାଦିକା ଶ୍ରୀମତୀ ପିଙ୍କି ମୋଦି କହିଛନ୍ତି: “ପ୍ରତିଦିନ ରକ୍ତର ଆବଶ୍ୟକତା ବଢ଼ୁଛି, ଆମେ ପ୍ରତି ୩ ମାସରେ ଏପରି କ୍ୟାମ୍ପ ଅନୁଷ୍ଠାନ କରିବାକୁ ଲକ୍ଷ୍ୟ ରଖିଛୁ।”

Leave a Reply

Your email address will not be published. Required fields are marked *