ରାଜ୍ୟ ବିଜେପି ସଂଗଠକ ମନ୍ତ୍ରୀଙ୍କ ରାୟଗଡା ଜ଼ିଲ୍ଲା ଗସ୍ତ ସଙ୍ଘଠନ ନେଇ ଆଲୋଚନା

ରାଜ୍ୟ ବିଜେପି ସଂଗଠକ ମନ୍ତ୍ରୀଙ୍କ ରାୟଗଡା ଜ଼ିଲ୍ଲା ଗସ୍ତ ସଙ୍ଘଠନ ନେଇ ଆଲୋଚନା

ରାୟଗଡା : ରାଜ୍ୟ ବିଜେପି ର ସଂଗଠନ ମନ୍ତ୍ରୀ ମାନସ ମୋହନ୍ତି ମାରାଥନ ରାୟଗଡା ଗସ୍ତ ରେ ଆସି ଗତ କାଲି ଶୁକ୍ରବାର 09/05/2025 ରେ ପହଂଚିଥିଲେ l ମାନସ ମହାନ୍ତି ଙ୍କୁ ସ୍ଥାନୀୟ ରେଳ ଷ୍ଟେସନ ଠାରେ ଜ଼ିଲ୍ଲା ବିଜେପି ସଭାପତି ଏମ ଗୋପୀ ଆନନ୍ଦ, ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି, ବିଶିଷ୍ଟ ସମାଜ ସେବି ଓ ବିଜେପି ର ବରିଷ୍ଠ ନେତା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ, ରାୟଗଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, କୋରାପୁଟ ଲୋକସଭା ର ବିଜେପି ସାଂସଦ ପ୍ରାର୍ଥୀ କାଳିରାମ ମାଝୀ ଙ୍କ ସହିତ କେତକ ହାତ ଗଣତି ବିଜେପି କର୍ମୀ ମାନସ ଙ୍କୁ ସ୍ୱାଗତ କରି ଜ଼ିଲ୍ଲା ବିଜେପି କାର୍ଯ୍ୟାଳୟ କୁ ନେଇଥିଲେ l ଏହି ଠାରେ କିଛି ସମୟ ରହି ମାନସ ରାୟଗଡା ରୁ ବାହାରି ବିଷମକଟକ ଅଭିମୁଖେ ଯାତ୍ରା କରିଥିଲେ l ରାଜ୍ୟ ବିଜେପି ସଂଗଠକ ମନ୍ତ୍ରୀ ମାନସ ମହାନ୍ତି ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର, ଗୁଡାରି, ପଦ୍ମପୁର ଗସ୍ତ କରି ବିଜେପି ର ସଂଗଠନ ବିଷୟରେ ଆଲୋଚନା କରିଥିଲେ l ମହାନ୍ତି ବିଜେପି ଦଳ କୁ ମଜବୁତ କରିବା ପାଇଁ ଗତ କାଲି ବିଷମକଟକ ଓ ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ଦଳୀୟ କର୍ମୀ ଙ୍କ ସହିତ ଆଲୋଚନା ସମୟରେ ବହୁ ବିଜେପି କର୍ମୀ ନୂତନ ଭାବେ ଜ଼ିଲ୍ଲା ବିଜେପି ସଭାପତି ଦାୟିତ୍ୱ ନେଇଥିବା ଏମ ଗୋପୀ ଆନନ୍ଦ ଙ୍କ କାର୍ଯ୍ୟକଳାପ ଉପରେ ମାନସ ଙ୍କୁ କହିଥିବାର ଜଣାପଡିଛି l ଏହି ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜ଼ିଲ୍ଲା ବିଜେପି ସଭାପତି ଙ୍କ କାର୍ଯ୍ୟକଳାପ କୁ ବିରୋଧ କରିଥବାର ଖବରମିଳିଛି l ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ଜ଼ିଲ୍ଲା କୁ କୌଣସି ମନ୍ତ୍ରୀ କିମ୍ବା ବିଜେପି ର ରାଜ୍ୟସ୍ତରୀୟ ନେତାଙ୍କ ରାୟଗଡା ଜ଼ିଲ୍ଲା ଗସ୍ତ ନେଇ ବିଜେପି କର୍ମୀ କି ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଉନାହାନ୍ତି ବୋଲି ମାନସ ମହାନ୍ତି ଙ୍କ ଠାରେ ବିଜେପି କର୍ମୀ ମାନେ ଅଭିଯୋଗ କରିବାର ଶୁଣିବାକୁ ମିଳୁଛି l ଗତ କାଲି ମାନସ ଙ୍କ ଗସ୍ତ ସମୟରେ ବିଜେପି ର କର୍ମକର୍ତା ମାନେ ଜ଼ିଲ୍ଲା ସଭାପତି ଗୋପୀ ଆନନ୍ଦ ଜ଼ିଲ୍ଲା ର ଏକ ଅଦୃଶ୍ୟ ଶକ୍ତି ନେତାଙ୍କ ଇଙ୍ଗିତ ରେ କାମ କରୁଛନ୍ତି ଯୋଦ୍ୱାରା ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ରେବିଜେପି ବିଜୟ ପରିବର୍ତ୍ତେ ତୃତୀୟ ସ୍ଥାନ ରେ ବିଜେପି ରହିବ ବୋଲି ବିଜେପି କର୍ମୀ ମାନେ ଆଲୋଚନା କରୁଥିବାର ଶୁଣିବାକୁ ମିଳୁଛି l ମାନସ ଙ୍କ ବିଷମକଟକ ଓ ମୁନିଗୁଡା ଗସ୍ତ ସମୟ ରେ ରାମ ଚନ୍ଦ୍ର ବେହେରା, ବିଷମକଟକ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଁଦୃକା, ଜ଼ିଲ୍ଲା ସଭାପତି ବିଜେପି ଗୋପୀ ଆନନ୍ଦ, ରାୟଗଡା ଟ୍ରକ ମାଲିକ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ, କେ ଶ୍ରୀନିବାସ, ଶିବ ଉଲାକା, ବସନ୍ତ ଉଲାକା, କାଳିରାମ ମାଝୀ ଙ୍କ ସମତେ କେତେକ ହାତଗଣତି କର୍ମୀ ଉପସ୍ଥିତ ରହିଥିଲେ l ବିଜେପି ଦଳ କୁ ରାୟଗଡା ଜ଼ିଲ୍ଲା ରେ ମଜବୁତ କରି ସଂଗଠନ କରିବା କୁ ହେଲେ ଜ଼ିଲ୍ଲା ବିଜେପି ର ଦାୟିତ୍ୱ ଏହିପରି ଏକ ବ୍ୟକ୍ତି ବିଶେଷ ଜାହଙ୍କ ପଛରେ ଜନସମର୍ଥନ ସହିତ ସଂଘଠନ ଅନୁଭୂତି ରହିଛି ତାଙ୍କୁ ଦାୟିତ୍ୱ ଦେଲେ ଜ଼ିଲ୍ଲା ରେ ବିଜେପି ର ସ୍ଥିତି ବହୁତ ଭଲ ହେବ ନ ହେଲେ ଯଦି ଏହି ପରି ଅବସ୍ଥା ଚାଲିଲେ ବିଜେପି ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ରେ ତୃତୀୟ ସ୍ଥାନ ରେ ରହିବ ବୋଲି ବିଜେପି ଓ ସ୍ଥାନୀୟ ଜନସାଧାରଣ ସର୍ବସାଧାରଣ ସ୍ଥାନ ରେ ଆଲୋଚନା କରୁଥିବା ର ଶୁଣିବାକୁ ମିଳୁଛି lରାୟଗଡା ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *