ଯୁବକ ର ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର।
ସ୍ଥାନୀୟ ଆଙ୍କୁଲି ଶିଳ୍ପାଞ୍ଚଳ ଇନ୍ଦିରା ନଗର ଝାମି ମନ୍ଦିର ନିକଟ ରେଳ ଧାରଣାରେ ଦେହରୁ ମୁଣ୍ଡ ଓ ହାତ ଅଲଗା ଏକ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ନିମଖଣ୍ଡି ଥାନା ଅର୍ନ୍ତଗତ ଝାଡାଙ୍କୁଲି ଗ୍ରାମର ବୁବେଇ ବେହେରା। ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ତା ପାଖରୁ ଏକ ମୋବାଇଲ ଫୋନ ଓ ଟ୍ରେନ ଟିକେଟ ପାଇ ତାର ପରିଚୟ ଜାଣିବା ପରେ ଘର ଲୋକଙ୍କୁ ଖବର ଜଣାଇଥିଲେ। ଖବର ପାଇ ବୁବେଇ ର ଶଳା ଶ୍ରୀଧର ବେହେରା ଓ ସ୍ତ୍ରୀ ପହଞ୍ଚି ଶବ ଚିହ୍ନଟ କରିଥିଲେ ଓ ପୋଲିସ ୪୩/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
