ମା ଠାକୁରାଣୀ ଙ୍କ ଘଟପର୍ବ ରେ ସ୍ବର୍ଗତ ଯଯାତି ସାହୁ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ
ରାୟଗଡା : ରାୟଗଡା ଜ଼ିଲ୍ଲା ଗୁଡାରି ବ୍ଲକ ଗୁଡାରି ଠାରେ ଅନୁଷ୍ଠିତ ଗୁଡାରି ଗ୍ରାମ ର ଗ୍ରାମଦେବତୀ ମା ଠାକୁରାଣୀ ଙ୍କ ଘଟ ପର୍ବ ର ଅନ୍ତିମ ଦିନ ରେ ସ୍ଥାନୀୟ ଅଂଚଳ ର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ବହୁ ବ୍ୟକ୍ତି ବିଶେଷ ଙ୍କୁ ମା ଘଟପର୍ବ ପରିଚାଳନା କମିଟି ପକ୍ଷରୁ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରାଯାଉଥିଲା l ଏହି ଉପଲକ୍ଷେ ନାଇରା ଗ୍ରାମର ସ୍ବର୍ଗତ ଯଯାତି ସାହୁ ଙ୍କୁ ଗତ 2002 ମସିହା ନଭେମ୍ବର 26 ତାରିଖ ରେ ମାଓବାଦୀ ମାନେ ଗୁଳି କରି ହତ୍ୟା କରିଥିଲେ l ସ୍ବର୍ଗତ ଯଯାତି ଜଣେ ସାହସୀ, ମେଳାପୀ, ରାଜନୀତିଜ୍ଞ ସହିତ ଅଂଚଳ ର ବିକାଶ ନିମନ୍ତେ ବହୁ କରିଥିବାରୁ ତାଙ୍କୁ ମନେପକାଇ ସ୍ମୃତି ଉଦେଶ୍ୟ ରେ ମୋରଣତୋର ପରେ ତାଙ୍କରି ଉଦେଶ୍ୟ ରେ ଘଟପର୍ବ କମିଟି ପକ୍ଷରୁ ପ୍ରଶଂସା ପତ୍ର ସହିତ ଉପଢ଼ୋକନ ପ୍ରଦାନ କରାଯାଇଥିଲା l ସ୍ବର୍ଗତ ଯଯାତି ଙ୍କ ଭାଈ ଗିରିଧାରୀ ସାହୁ ଙ୍କୁ ଏହି ପ୍ରଶଂସା ପତ୍ର ସହିତ ଉପଢ଼ୋକନ ଦେଇ କମିଟି ସମ୍ମାନିତ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
