ତାଲା ବନ୍ଦ ଘରୁ ବଡ଼ ଧରଣର ଚୋରି

ତାଲା ବନ୍ଦ ଘରୁ ବଡ଼ ଧରଣର ଚୋରି

ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଗଜପତି ନଗର ୮ମ ଗଳିରେ ରହୁଥିବା କନକ ସେଠୀ ସପରିବାର ଘର ତାଲା ପକାଇ ବାହାରକୁ ଯାଇଥିଲେ ଓ ଘରକୁ ଫେରି ଦେଖିଲାବେଳକୁ ଘର ବାହାର ତାଲା ଭାଙ୍ଗିବା ସହ ଘର ଭିତରେ ଆଲମାରୀ ଭାଙ୍ଗି ନଗଦ ଏକଲକ୍ଷ ଟଙ୍କା, ଲକ୍ଷାଧିକ ଟଙ୍କାର ହିରା ଓ ସ୍ବର୍ଣ୍ଣ ଅଳଙ୍କାର ଲୁଟି ଚୋର ମାନେ ଚାଲି ଯାଇଛନ୍ତି। ଯାହାକି ସିସିଟିଭି କ୍ୟାମେରା ଫୁଟେଜ ରୁ ଜଣାପଡିଛି ଯେ ଦୁଇ ଯୁବକ ମୋଟରସାଇକେଲ ରେ ଆସି ଘରର ତାଲା ଭାଙ୍ଗି ଏହି ଚୋରି କରିଛନ୍ତି।ଘର ମାଲିକାଣୀ କନକ ସେଠୀ ଙ୍କ ଅଭିଯୋଗ କୁ ଗ୍ରହଣ କରି ମାମଲା ନଂ ୨୩୮/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି ଓ ସିସିଟିଭି କ୍ୟାମେରା ଫୁଟେଜ କୁ ଆଧାର କରି ଅନୁସନ୍ଧାନ ଚଳାଇଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *