ରାଜ୍ୟ ବିଜେପି ର ସଂଗଠକ ମାନସ ମହାନ୍ତି ଙ୍କ ରାୟଗଡା ଗସ୍ତ ନେଇ ଗଣମାଧ୍ୟମର ପ୍ରତିନିଧି ଙ୍କୁ ଖବର ଦିଆଯାଇ ନାହିଁ

ରାଜ୍ୟ ବିଜେପି ର ସଂଗଠକ ମାନସ ମହାନ୍ତି ଙ୍କ ରାୟଗଡା ଗସ୍ତ ନେଇ ଗଣମାଧ୍ୟମର ପ୍ରତିନିଧି ଙ୍କୁ ଖବର ଦିଆଯାଇ ନାହିଁ

ରାୟଗଡା : ଓଡ଼ିଶା ବିଜେପି ର ସଂଗଠକ ମାନସ ମହାନ୍ତି ଙ୍କ ରାୟଗଡା ଜିଲ୍ଲା ଗସ୍ତ ରେ ଆସିଥିବା ର ଖବର ସାମାଜିକ ଗଣମାଧ୍ୟମ ରେ ପ୍ରକାଶିତ ପରେ ଜଣା ପଡିଥିଲା l ମାନସ ମହାନ୍ତି ଙ୍କ ରାୟଗଡା ଜ଼ିଲ୍ଲା ଗସ୍ତ ନେଇ ଜ଼ିଲ୍ଲା ବିଜେପିର କୌଣସି ନେତା କି ଜ଼ିଲ୍ଲା ବିଜେପି ସଭାପତି ଏମ ଗୋପୀ ଆନନ୍ଦ ଗଣମାଧ୍ୟମ ପ୍ରତିନିଧି ଙ୍କୁ କୌଣସି ସୂଚନା ଦେଇଥିବା ର ଜଣାପଡିଛି l ଆଜି ମାନସ ମହାନ୍ତି ରାୟଗଡା ରେଳ ଷ୍ଟେସନ ରେ ପହଂଚିବା ପରେ ରେଳ ଷ୍ଟେସନ ନିକଟରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦ , ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ, ରାୟଗଡା ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, କୋରାପୁଟ ଲୋକସଭା ସାଂସଦ ପ୍ରାର୍ଥୀ କାଳିରାମ ମାଝୀ ଓ ବିଜେପି କେତେକ ହାତ ଗଣନ୍ତି ନେତୃବୁନ୍ଦ କାର୍ଯ୍ୟକର୍ତା ଙ୍କ ଦ୍ୱାରା ସ୍ବାଗତ ସମ୍ବର୍ଦ୍ଧନା କରିବା ଫୋଟ ସାମାଜିକ ଗଣମାଧ୍ୟମ ରେ ପ୍ରସାରିତ ପରେ ମାନସ ମହାନ୍ତି ଙ୍କ ଗସ୍ତ ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଜାଣି ପାରିଥିଲେ l ମାନସ ଙ୍କ ରାୟଗଡା ଜ଼ିଲ୍ଲା ଗସ୍ତ ନେଇ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଏମ ଗୋପୀ ଆନନ୍ଦ ଙ୍କ ଫୋନ ନମ୍ବର 9000534700 ରେ ଯୋଗାଯୋଗ ଯୋଗ କରୁଥିଲୁ କିନ୍ତୁ ସେ ଫୋନ ଉଠାଇନଥିଲେ l ଏକ ବିଜେପି କର୍ମୀ ଙ୍କ ସୂଚନା ଅନୁଯାଇ ମହାନ୍ତି ରାୟଗଡା ପହଂଚି ରାୟଗଡା ରୁ ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର, ଗୁଡାରି, ପଦ୍ମପୁର, ଗୁଣୁପୁର ଓ ରାମନାଗୁଡ଼ା ଗସ୍ତ ର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ l କେତେକ ବିଜେପି କର୍ମୀ ଙ୍କ କହିବା ମୁତାବକ କ୍ରିକେଟ ଖେକ ରେ ଯେପରି 11 ଖେଳାଳି ଅଛନ୍ତି ରାୟଗଡା ବିଜେପି ରେ 11 ଗୋଟି ଗୋଷ୍ଠି ରହଛି l ଆଗରୁ ପୂର୍ବତନ ବିଜେପି ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ ଙ୍କ ସମୟରେ ସବୁକିଛି ଠିକ ଚାଲିଥିଲା ରାୟଗଡା ଜ଼ିଲ୍ଲା କୁ ମନ୍ତ୍ରୀ, ରାଜ୍ୟ ବିଜେପି ର ନେତୃବୃନ୍ଦ ଙ୍କ ଗସ୍ତ ନେଇ ସୂଚନା ମିଳୁଥିଲା l କିନ୍ତୁ ବିଜେପି ଦଳର ଦୁର୍ଭାଗ୍ୟ ଯେ ଏମ ଗୋପୀ ଆନନ୍ଦ ନୂତନ ଭାବେ ବିଜେପି ଜ଼ିଲ୍ଲା ସଭାପତି ହେବା ପରେ ଜ଼ିଲ୍ଲା ର ବିଜେପି ର କୌଣସି କର୍ମୀ କିଛି କର୍ମକର୍ତା ଙ୍କ ସହିତ ଯୋଗାଯୋଗ ରଖୁନାହାନ୍ତି ଓ ରାୟଗଡା ଜ଼ିଲ୍ଲା ର ଏକ ଅଦୃଷ୍ୟ ନେତା nkb ପ୍ରରୋଚନା ରେ କାମ କରୁଛନ୍ତି ବୋଲି ବିଜେପି ର ବହୁ କର୍ମୀ ମାନେ ଆଲୋଚନା କରିବାର ଦେଖିବାକୁ ମିଳୁଛି l ରାୟଗଡା ଜ଼ିଲ୍ଲା ରେ ବିଜେପି ର କୌଣସି ବିଧାୟକ ନାହାନ୍ତି କିନ୍ତୁ ଜ଼ିଲ୍ଲା ବିଜେପି ସଭାପତି ଜ଼ିଲ୍ଲା ପାଇଁ ଏକ ବିଧାୟକ ସଦୃଶ୍ୟ କିନ୍ତୁ ସଭାପତି ବିଜେପି ର କୌଣସି କର୍ମକର୍ତା ଙ୍କୁ ପଚାରୁନାହାନ୍ତି ବୋଲି କର୍ମୀ ମୋହଲ ରେ ଆସନ୍ତୋଷ୍ଟ ଦେଖିବାକୁ ମିଳୁଛି l ଜ଼ିଲ୍ଲା ରେ ଯଦି ଏହି ପରି ପରିସ୍ଥିତି ବିଜେପି ର ଲାଗିରହିବ ତାହାହଲେ ବିଜେପି ଆସନ୍ତା ପୌର ଓ ପଂଚାୟତ ନିର୍ବାଚନ ରେ ତୃତୀୟ ସ୍ଥାନ ରେ ରହିବା ବୋଲି ଜନସାଧାରଣ ଓ ବିଜେପି ର କର୍ମୀ ମାନେ ଆଲୋଚନା କରିବାର ଦେଖିବାକୁ ମିଳୁଛି l ରାଜ୍ୟ ବିଜେପି ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ବିଜେପି ସଭାପତି ବାରମ୍ବାର ରାୟଗଡା ଜ଼ିଲ୍ଲା ଗସ୍ତ କରିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିବ ନାହିଁବୋଲି ଚର୍ଚ୍ଚା ଚାଲିଛି l ରାୟଗଡା ଜ଼ିଲ୍ଲା ପାଇଁ ବିଜେପି ର ରାଜ୍ୟ ଓ କେନ୍ଦ୍ର ନେତୃ ମଣ୍ଡଳୀ ତୀକ୍ଷଣ ଦୃଷ୍ଟି ଦେଇ ବିଜିପି ଆଗକୁ ନେବା ନିମନ୍ତେ ରାୟଗଡା ସହର ଯେଉଁ ବ୍ୟକ୍ତି ଙ୍କ ପାଖରେ ଜନସମର୍ଥନ ଓ ସଂଗଠନ ର ଅନୁଭୂତି ରହିଛି ସେହି ବ୍ୟକ୍ତି ଙ୍କୁ ରାୟଗଡା ଜ଼ିଲ୍ଲା ବିଜେପି ର ଦାୟିତ୍ୱ ଦେଇ ଉଚିତ ପଦକ୍ଷେପ ନେବା ନିମନ୍ତେ ବିଜେପି ର ବିଭିନ୍ନ ସଂଗଠନ ର କର୍ମକର୍ତା ମାନେ ଆଲୋଚନା କରୁଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *