ପାରିବାରିକ କଳହକୁ ନେଇ ନିଜ ବେକକୁ ନିଜେ କାଟିଲେ ମହିଳା ।

ପାରିବାରିକ କଳହକୁ ନେଇ ନିଜ ବେକକୁ ନିଜେ କାଟିଲେ ମହିଳା ।ଆର,ଉଦୟଗିରି (ମନୋଜ କୁମାର ପାଢୀ/ -ସ୍ୱାମୀ ସ୍ତ୍ରୀ ପାରିବାରିକ କଳହ କୁ ନେଇ ସ୍ତ୍ରୀ ର ଆତ୍ମହତ୍ୟା ଉଦ୍ୟମ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗାଁ ରେ। ସ୍ଵାମୀ ରିତେଶ ନାୟକ ଓ ବର୍ଷା ବିଶୋୟୀ ଙ୍କ ମଧ୍ୟରେ ଆଜି ଅପରାହ୍ନ ସମୟରେ କୌଣସି କାରଣ ରୁ ବଚସା ହୋଇଥିଲା। ପରେ ସ୍ଵାମୀ ଘର ଛାଡି ବାହାରକୁ ଚାଲି ଯାଇଥିଲେ।ଯାହାକୁ ନେଇ ସ୍ତ୍ରୀ ନିଜ ବେକ କୁ ଧାରୁଆ ଅସ୍ତ୍ରରେ ନିଜ ବେକ କୁ କାଟିଦେଇଥିଲେ।ଘରେ ଥିବା କିଛି ସମ୍ପର୍କୀୟ ବର୍ଷା ଙ୍କ ବେକରୁ ରକ୍ତ ବାହାରୁଥିବା ଦେଖିଥିଲେ ସଙ୍ଗେ ସଙ୍ଗେ ମୋହନା ମେଡିକାଲ୍ ରେ ଭର୍ତି କରି ଚିକିତ୍ସା କରାଇଥିଲେ।ଘଟଣା ସ୍ଥଳରେ ମୋହନା ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଲେ ପୋଲିସ ତାହା ପଚରା ଉଚରା କରୁଛି।

Leave a Reply

Your email address will not be published. Required fields are marked *