ଡେପୁଟି କଲେକ୍ଟର ଙ୍କ କାର୍ଯ୍ୟକଳାପ ର ଶୈଳୀ ରେ ଜନସାଧାରଣ ଙ୍କ ଠାରେ ବେଶ ଆଦୃତ
ରାୟଗଡା : ରାୟଗଡା ଜ଼ିଲ୍ଲା ରେ ଗତ 29/02/2024 ରେ ରାୟଗଡା ଜ଼ିଲ୍ଲା ରେ ଡେପୁଟି କଲେକ୍ଟର ଭାବେ ଚିନ୍ମୟ ମହାନନ୍ଦ ଯୋଗ ଦାନ କରିଥିଲେ ତତ୍କାଳୀନ ଜ଼ିଲ୍ଲାପାଳ ଚିନ୍ମୟ ଙ୍କୁ ଜ଼ିଲ୍ଲା ଙ୍କ କାର୍ଯ୍ୟଲୟ ର ନିଜାରତ ଓ ନ୍ୟlୟିକ ବିଭାଗ ଦେଇଥିଲେ l ନିଜାରତ ଅଧୀନରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ର ତଦାରଖ ଦାୟିତ୍ୱ ଥିଲା l ଏହି ପ୍ରଦକ୍ଷଣ ଗୃହ ପରିଚାଳନା କରିବା ନିମନ୍ତେ ପୂର୍ବତନ ଜ଼ିଲ୍ଲାପାଳ ସ୍ଵଧା ଦେବ ସିଂ ଆଇ ଏ ଏସ ବିନ୍ନର ସେକ୍ୟୁରିଟି ସଂସ୍ଥା କୁ ଦାୟିତ୍ୱ ଦେଇଥିଲେ l ଯେଉଁ ଅତିଥି ମାନେ ଏହିଠାରେ ରହିବା କୁ ଆସିବେ ତାହାର ତଦାରଖ ପ୍ରଦକ୍ଷଣ ଗୃହ ର ଦାୟିତ୍ୱ ନିଜାରତ ର ସେକ୍ସନ ର ଜଣେ କର୍ମଚାରୀ ଙ୍କ ଅଧୀନରେ ଥିଲା l ଚିନ୍ମୟ ନିଜାରତ ଡେପୁଟିକଲେକ୍ଟର ଭାବେ ଦାୟିତ୍ୱ ନେଇ ସ୍ଥାନୀୟ ପ୍ରଦକ୍ଷଣ ଗୃହ କୁ ଅତିସୁନ୍ଦର ଭାବେ ଗୋଡି ତୋଳିବାରେ ସକ୍ଷମ ହୋଇଥିଲେ l ପ୍ରଦକ୍ଷଣ ଗୃହ ସମୁଖ ରେ ଥିବା ବଗିଚା କୁ ବେଶ ଆକର୍ଷଣୀୟ କରିବା ସହିତ ଏହାର ପରିବେଶ କୁ ବଦଳାଇବାରେ ସକ୍ଷମ ହୋଇଥିଲେ l ସେଥିପାଇଁ ଏହି ଗୃହ କୁ ବାହାରୁ ଯେଉଁ ଅତିଥି ମାନେ ରହିବା କୁ ଆସନ୍ତି ଚିନ୍ମୟ ଙ୍କୁ ବେଶ ପ୍ରଶଂସା କରିଯିବାର ଦେଖିବାକୁ ମିଳିଛି l ଏହି ଗୃହରେ ଯେଉଁ ଅତିଥି ମାନେ ରହିବା କୁ ଆସୁଥିଲେ ଗୃହ ଦାୟିତ୍ୱ ରେ ଥିବା ଅନ୍ୟ ଅଧିକାରୀ ମାନେ ବିନା ରେକର୍ଡ ଅତିଥି ଙ୍କୁ ରଖି ଅର୍ଥ ଆତ୍ମସାତ କରୁଥିଲେ କିନ୍ତୁ ଚିନ୍ମୟ ଏହା ହେବାକୁ ଦେଉନଥିଲେ l ସେଥିପାଇଁ ସେଇ ଅଧିକାରୀ ମାନଙ୍କ ଓ ଚିନ୍ମୟ ଙ୍କ ମଧ୍ୟରେ ତିକ୍ତତା ବଡ଼ିବାରେ ଲାଗିଲା l ନିଜାରତ ବିଭାଗ ର କିଛି କର୍ମଚାରୀ ଓ ଜିଲ୍ଲାପାଳ କାର୍ଯ୍ୟାଳୟର ଅନ୍ୟ ଅଧିକାରୀଙ୍କ ସହିତ ମିଶି ସ୍ଥାନୀୟ ପ୍ରଦକ୍ଷଣ ଗୃହ ରେ ବେନିୟମ କାମ ଚାଲୁଥିଲା ବୋଲି ଆଲୋଚନା ଜୋର ଧରିଥିଲା l ଚିନ୍ମୟ ତାଙ୍କ କାମରେ ବାଧା ସୃଷ୍ଟି କରୁଛି ଭାବି ସେମାନେ ସମସ୍ତେ ଚିନ୍ମୟଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଯୋଜନା ମାନ କରୁଥିଲେ, ତେଣୁ ଚିନ୍ମୟ ଙ୍କ ବାନ୍ଧବୀ ସୁଦୀପl ଜରୁରୀ କାରଣରୁ ରାୟଗଡ଼ା ଆସିଥିବାର ଓ ସର୍କିଟ ହାଉସ୍ ର ଉପର ମହଲାରେ ରହିବାର ସୂଚନା ପାଇଥିଲେ l ଚିନ୍ମୟ ଙ୍କୁ ଫସାଇବାକୁ ଏଇଟା ଉପଯୁକ୍ତ ସମୟ ଭାବି ବିଭାଗୀୟ କର୍ମଚାରୀ ,ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ସହାୟତା ରେ ତାଙ୍କ ବନ୍ଧବିକୁ ସର୍କିଟ ହାଉସ୍ ରେ ନ ରହିବାକୁ କହିଥିଲେ lଚିନ୍ମୟ ଜଣେ ସଚ୍ଚୋଟ ଅଧିକାରୀ ଜନସାଧାରଣ ଯେଉଁ କାମ ଏହି ବିଭାଗ ରେ ପଡେ ତାହା କୁ ଅତି ସୁଚାର ରୂପେ କରି ଜନସାଧାରଣ ଙ୍କ ର ଅତିନିକଟତର ହେବାରେ ସକ୍ଷମ ହୋଇପାରିଛନ୍ତି ବୋଲି ଜନସାଧାରଣ ଚିନ୍ମୟ ଙ୍କ ବେଶ ପ୍ରସଂଶା କରିବା ରେ ଲାଗିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
